ଓଡିଶା

odisha

ETV Bharat / state

ମହାନଦୀକୁ ଡେଇଁ ଯୁବକ ନିଖୋଜ ! ଖୋଜାଖୋଜି ଜାରି

ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ ସନ୍ଦେହ । ଖୋଜାଖୋଜି ଜାରି । ଅଧିକ ପଢନ୍ତୁ

By

Published : Jul 27, 2023, 11:54 AM IST

Updated : Jul 27, 2023, 1:21 PM IST

ମହାନଦୀକୁ ଡେଇଁ ଯୁବକ ନିଖୋଜ
ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ

ସମ୍ବଲପୁର: ମହାନଦୀକୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର କଚେରୀ ଛକ ଚାଉଁରପୁର ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣକ ନଦୀରେ ନିଖୋଜ ଥିବା ସନ୍ଦେହ କରାଯାଉଛି । ଏନେଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ଯୁବକ ହେଲେ ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ଅଞ୍ଚଳର ସମୀରଣ ପ୍ରଧାନ । ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳିନି । ବ୍ରିଜ ଉପରୁ ତାଙ୍କର ସ୍କୁଟି, ମୋବାଇଲ ଏବଂ ହେଲମେଟ ଜବତ କରାଯାଇଛି ।

ଯାହା ସୂଚନା ମିଳିଛି, ସମୀରଣ ଗତକାଲି (ବୁଧବାର) ରାତି ପ୍ରାୟ ୮ଟା ୪୫ ମିନିଟରେ ଅଫିସ୍ କାମ ଥିବା କହି ଘରୁ ବାହାରି ଯାଇଥିଲେ । ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଅନ୍ୟପଟେ ଚାଉଁରପୁର ବ୍ରିଜ ଉପରେ ଯୁବକଙ୍କ ସ୍କୁଟି, ମୋବାଇଲ ଓ ହେଲମେଟ ପଡିଥିବାର ପୋଲିସ ଦେଖିବାକୁ ପାଇଥିଲା । ସନ୍ଦେହ ହେବାରୁ ପୋଲିସ ସେଠାରେ ଅଟକି ଥିଲା । ଠିକ୍ ଏତିକି ବେଳେ ନିଖୋଜ ଯୁବକଙ୍କ ମୋବାଇଲକୁ ଘର ଲୋକେ ଫୋନ କରିଥିଲେ । ପୋଲିସ ଫୋନ ଉଠାଇ ଘଟଣା ସମ୍ପର୍କରେ ପରିବାରକୁ ସୂଚନା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Hirakud: ଖୋଲିଲା ଆଉ 4 ଗେଟ, 12 ଗେଟରେ ହେଉଛି ବନ୍ୟା ଜଳ ନିଷ୍କାସନ

ଏହାମଧ୍ୟ ପଢନ୍ତୁ : ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟ କଲେ ସମୀରଣ ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଇଛି । ଏହି ସନ୍ଦେହରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ତେବେ ବର୍ତ୍ତମାନ ହୀରକୁଦ ଜଳଭଣ୍ଡାରର ୧୨ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସର୍ଚ୍ଚ ଅପରେସନରର ଅସୁବିଧା ହେଉଛି । ଅନ୍ୟପଟେ ଯୁବକଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡର କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ଏହି କାରଣରୁ ଏବେ ୧୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଗତ ୨୩ ତାରିଖରେ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲା ଯାଇଥିଲା । ଜଳସ୍ତର ହ୍ରାସ ପାଉନଥିବା ଯୋଗୁଁ ମୋଟ ୧୨ଟି ଗେଟ୍ ଖୋଲାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 27, 2023, 1:21 PM IST

ABOUT THE AUTHOR

...view details