ସମ୍ବଲପୁର:ପରୀକ୍ଷାରେ ଆଶାନୁରୂପ ଫଳ ନପାଇବା ପରେ ଛାତ୍ରଙ୍କ ଆତ୍ମହତ୍ୟା । ଆଶାନୁରୂପ ଫଳ ନପାଇବାରୁ ପାଇଖାନା ପଛ ପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳରେ ଏଭଳି ଅକ ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ +୨ ବିଜ୍ଞାନ ପଢୁଥିଲେ ।
ସେ ଦିନକୁ ପ୍ରାୟ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ପରିବାର ଲୋକ କହିଛନ୍ତି । ଗତକାଲି(ବୁଧବାର) ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ରୋହନ ଅନଲାଇନ ମାଧ୍ୟମରେ ନିଜ ରେଜଲ୍ଟ ଦେଖିଥିଲେ । ହେଲେ ସେ ଆଶାନୁରୂପ ଫଳ ନପାଇବାରୁ ମାନସିକ ଭାରସାମ୍ୟ ହରାଇ ପାଇଖାନା ପଛ ପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।