ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସାନ ଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ପାରିବାରିକ କଳହର କରୁଣ ପରିଣତି, ଭାଇ ଆକ୍ରମଣରେ ଭାଇ ମୃତ - ସମ୍ବଲପୁରରେ ପାରିବାରିକ କଳହର କରୁଣ ପରିଣତି
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ସାନ ଭାଇର ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ପାରିବାରିକ କଳହର କରୁଣ ପରିଣତି, ଭାଇ ଆକ୍ରମଣରେ ଭାଇ ମୃତ
ପାରିବାରିକ କଳହର କରୁଣ ପରିଣତି, ଭାଇ ଆକ୍ରମଣରେ ଭାଇ ମୃତ
କୁଚିଣ୍ଡା ଉପଖଣ୍ଡର ଜମନକିରା ଥାନା ଗୁଲୁଜିପାଲି କାଲୋପଡା ଠାରେ ଘରୋଇ କଳହକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ସାଙ୍ଗକୁ ମାରପିଟ ହୋଇଥିଲା । ଏହି ମାରପିଟରେ ବଡଭାଇ ଲକ୍ଷ୍ମଣ କାଲୋ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଜମନକିରା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ପୋଲିସ ସାନଭାଇ ଅରୁଣ କାଲୋଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ