ଓଡିଶା

odisha

ETV Bharat / state

ସମ୍ବଲପୁରରେ ଚାଞ୍ଚଲ୍ୟ; ଲିଫ୍ଟ ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ୩ ଅଟକ - ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଲିଫ୍ଟ ଦେବା ବାହାନାରେ ସୈତାନୀ କାଣ୍ଡ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଅଧିକ ପଢ଼ନ୍ତୁ

gang rape in sambalpur
ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

By

Published : Jul 28, 2023, 5:06 PM IST

Updated : Jul 28, 2023, 5:22 PM IST

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ତିିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ଗୋବିନ୍ଦପୁର ପୋଲିସ 3 ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି l

ଏହା ମଧ୍ୟ ପଢ଼ନ୍ତୁ:ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଗୁରୁବାର ରାତିରେ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା l ଗତ 26 ତାରିଖ ରାତିରେ ଜଣେ 21ବର୍ଷୀୟା ଯୁବତୀଙ୍କୁ 3 ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା l ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋବିନ୍ଦପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାର ତଦନ୍ତ କରି ଗଡପୋଷ ଅଞ୍ଚଳର ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ:ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ: ଭିନ୍ନ ଭିନ୍ନ ମାମଲାରେ 92 ବର୍ଷର ଜେଲଦଣ୍ଡ

ଏନେଇ କୁଚିଣ୍ଡା SDPO ଅମିତାଭ ପଣ୍ଡା ସୂଚନା ଦେଇ କହିଛନ୍ତି, " ଯୁବତୀ ଜଣକ ବୁଧବାର ଟାଙ୍ଗରାମୁଣ୍ଡା ସ୍ଥିତ ଏସବିଆଇ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରୁ କାମ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ଅପେକ୍ଷା କରିଥିଲେ । ସେତେବେଳେ ଦୁଇଜଣ ଯୁବକ ଆସି ତାଙ୍କୁ ଲିଫ୍ଟ ପାଇଁ ପଚାରିଥିଲେ । କୌଣସି ଗାଡ଼ି ଆସୁନଥିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ସମ୍ପୃକ୍ତ ଯୁବକଙ୍କ ବାଇକରେ ବସିଥିଲେ । ଏହାପରେ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ସେହିପରି ଅନ୍ୟ ଜଣେ ଯୁବକ ତାଙ୍କୁ ବୋଲେରୋରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ପରେ ସେମାନେ ପୀଡ଼ିତାଙ୍କୁ ଗଡପୋଷ ଅଞ୍ଚଳରେ ଆଣି ଛାଡ଼ି ଦେଇ ଫେରାର ହୋଇ ଯାଇଥିଲେ । ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇ ସେମାନେ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ଜବତ କରାଯାଇଛି ।" ଆଜି ତିନି ଜଣ ଯୁବକଙ୍କ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ବେଳେ ପୀଡିତାଙ୍କୁ ମଧ୍ୟ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କୁଚିଣ୍ଡା SDPO ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 28, 2023, 5:22 PM IST

ABOUT THE AUTHOR

...view details