ଓଡିଶା

odisha

ETV Bharat / state

ସମ୍ବଲପୁରରେ ଟ୍ରାଫିକ ପାଠ ପଢ଼ାଇଲେ ଯମରାଜ - ଟ୍ରାଫିକ ପାଠ ପଢ଼ାଇଲେ ଯମରାଜ

ଟ୍ରାଫିକ ସଚେତନତା ପାଇଁ ଯମରାଜଙ୍କ ସହାୟତା ନେଲା ସମ୍ବଲପୁର ପୋଲିସ । ଲୋକଙ୍କୁ ଟ୍ରାଫିକ ବିଷୟରେ ସଚେତନ କଲେ ଯମରାଜ । ଅଧିକ ପଢ଼ନ୍ତୁ...

yamraj aware people, yamraj awares about traffic rules, yamraj in sambalpur, ଟ୍ରାଫିକ ପାଠ ପଢ଼ାଇଲେ ଯମରାଜ,  ଯମରାଜଙ୍କ ସହାୟତା ନେଲା ସମ୍ବଲପୁର ପୋଲିସ
ଟ୍ରାଫିକ ପାଠ ପଢ଼ାଇଲେ ଯମରାଜ

By

Published : Jan 13, 2020, 5:21 PM IST

ସମ୍ବଲପୁର: ଟ୍ରାଫିକ ସଚେତନତା ପାଇଁ ଯମରାଜଙ୍କ ସହାୟତା ନେଲା ସମ୍ବଲପୁର ପୋଲିସ। ସୋମବାର ସମ୍ବଲପୁର ଜେଲ ଛକ ସମେତ ପ୍ରମୁଖ ଛକ ଗୁଡ଼ିକରେ ଏମିତି ଏକ ଅଭିନବ ଉପାୟରେ ଟ୍ରାଫିକ ସଚେତନତା କରିଛି ସମ୍ବଲପୁର ପୋଲିସ।

ଟ୍ରାଫିକ ପାଠ ପଢ଼ାଇଲେ ଯମରାଜ

ସମ୍ବଲପୁର ଜେଲ ଛକରେ ଉଭା ହେଲେ ସ୍ବୟଂ ଯମରାଜ। ହେଲେ ଜେଲ ଛକକୁ କଣ ପାଇଁ ଯମରାଜଙ୍କୁ ଆସିବାକୁ ପଡିଲା ସେ ନେଇ ସଭିଙ୍କ ମନରେ ପ୍ରଶ୍ନ। ତେବେ ଏହା ସତ ସତିକା ଯମରାଜ ନୁହନ୍ତି । ଏ ଯମରାଜ ଆସିଛନ୍ତି ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନ କରିବା ପାଇଁ। ସଂପ୍ରତି ସମାଜରେ ପ୍ରତ୍ୟେକ ଦିନ ହେଉଥିବା ସଡକ ଦୁର୍ଘଟଣାରେ 80 ପ୍ରତିଶତ ଲୋକଙ୍କ ଜୀବନ ହେଲମେଟ ନପିନ୍ଧିଥିବାରୁ ଯାଇଥାଏ। ସେଥିପାଇଁ ସମ୍ବଲପୁର ପୋଲିସ ମୃତ୍ୟୁର ଦେବତା ଯମରାଜଙ୍କ ଜରିଆରେ ଟ୍ରାଫିକ ସଚେତନତା ଅଭିନଵ ଢଙ୍ଗରେ କରିଛି।

ସୋମବାର ଜଣେ ପୋଲିସ କର୍ମଚାରୀଙ୍କୁ ଯମରାଜଙ୍କ ବେଶରେ ସଜ୍ଜିତ କରି ଜେଲ ଛକ ଠାରୁ ଆରମ୍ଭ କରି ସମସ୍ତ ପ୍ରମୁଖ ଛକରେ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନ କରାଯାଇଛି। ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ କହିବା ସହ ଟ୍ରାଫିକ ନିୟମ ବୁଝାଇ ଗୋଲାପ ଫୁଲ ଉପହାର ଦିଆଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଣ୍ଟିୟର ମାନେ ମଧ୍ୟ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details