ଓଡିଶା

odisha

ETV Bharat / state

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ଛୁରାମାଡ

ପୋଖରୀକୁ ଗାଧେଇ ଯାଇଥିବା ବେଳେ ମହିଳାଙ୍କ ସହ ଅସଦାଚରଣ କଲା ନାବାଳକ। କେବଳ ସେତିକି ନୁହେଁ ପ୍ରତିବାଦ କରିବାରୁ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ନାବାଳକ ଆକ୍ରମଣ କରିଥିବା ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ..

By

Published : Sep 18, 2020, 9:30 PM IST

ଧନୁପାଲି ଥାନା ଅଞ୍ଚଳରେ ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ଛୁରାମାଡ଼
ଧନୁପାଲି ଥାନା ଅଞ୍ଚଳରେ ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ଛୁରାମାଡ଼

ସମ୍ବଲପୁର: ପୋଖରୀକୁ ଗାଧେଇ ଯାଇଥିବା ବେଳେ ମହିଳାଙ୍କ ସହ ଅସଦାଚରଣ କଲା ନାବାଳକ। କେବଳ ସେତିକି ନୁହେଁ ପ୍ରତିବାଦ କରିବାରୁ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ନାବାଳକ ଆକ୍ରମଣ କରିଥିବା ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ମହିଳାଙ୍କୁ ଅସଦାଚରଣ ପରେ ଏହାର ପ୍ରଦିବାଦ କରିବାରୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି ।

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲିର ଜଣେ ମହିଳା ଗାଁର ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ଗାଁର ଏକ ନାବାଳକ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେଵେ ମହିଳା ଜଣକ ଚିତ୍କାର କରିବା ସହ ପ୍ରତିବାଦ କରିବାରୁ ନାବାଳକ ଜଣକ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣ ଫଳରେ ମହିଳାଙ୍କ ବେକରେ ଆଘାତ ଲାଗିଛି । ଏନେଇ ମହିଳାଙ୍କ ପରିବାର ଲୋକ ସମ୍ବଲପୁର ଧନୁପାଲି ଥାନାରେ ଲିଖିତ ଭାଵେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ନାବାଳକକୁ ଧନୁପାଲି ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହଜାର କରିଥିବା ଧନୁପାଲି ଥାନା ଅଧିକାରୀ କୋମଳ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details