ସମ୍ବଲପୁର:ବୁର୍ଲା ଡାକ୍ତରଖାନାରେ ଏକାଥରକେ 4 ଛୁଆଙ୍କୁ ଜନ୍ମଦେଲା ଜଣେ ମହିଳା ( Woman Gives Birth To Quadruplets ) । ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲରେ ଏକା ସାଙ୍ଗରେ 4ଜଣଙ୍କୁ ଜନ୍ମ ଦେଇଛନ୍ତି ସୋନପୁର ଜିଲ୍ଲାର ଜଣେ ଗର୍ଭବତୀ ମହିଳା । ଏକା ସାଙ୍ଗରେ ଚାରି ଶିଶୁଙ୍କୁ ଜନ୍ମ ଦେବା ବୁର୍ଲା ଡାକ୍ତରଖାନା ଇତିହାସରେ ପ୍ରଥମ ଘଟଣା । ତେବେ ମାଆ ଓ ଚାରି ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି ।
ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଂଝିପାଲି ଗ୍ରାମର ଜଣେ ମହିଳା ଙ୍କୁ ବୁର୍ଲା ଡାକ୍ତରଖାନା ର ସ୍ତ୍ରୀ ଓ ପ୍ରସୂତି ବିଭାଗ ରେ ଭର୍ତ୍ତି କରାଯାଇଥିଲା । ସ୍ବଭାବିକ ପ୍ରସବ ନହେବାରୁ ବିଭାଗୀୟ ଡାକ୍ତର ମହିଳାଙ୍କ ଅସ୍ତ୍ରୋପଚାର କରି 4 ଶିଶୁଙ୍କ ଜନ୍ମ କରାଇ ଥିଲେ ।