ଓଡିଶା

odisha

ETV Bharat / state

ଛାଡପତ୍ର ନଦେଇ ସ୍ୱାମୀ କରୁଥିଲେ ଦ୍ଵିତୀୟ ବିବାହ, ଥାନାରେ ମାମଲା

ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସ୍ତ୍ରୀ । ପ୍ରଥମ ସ୍ତ୍ରୀ ଥାଉଥାଉ ଜଣେ ବ୍ୟକ୍ତି ଅନ୍ୟତ୍ର ବିବାହ କରୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ....

ଛାଡପତ୍ର ନଦେଇ ସ୍ୱାମୀ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ
ଛାଡପତ୍ର ନଦେଇ ସ୍ୱାମୀ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

By

Published : Apr 14, 2021, 9:40 PM IST

Updated : Apr 14, 2021, 10:49 PM IST

ସମ୍ବଲପୁର: ସ୍ୱାମୀ ବିରୁଦ୍ଧରେ ଅଭିଯୋଗ ଆଣିଲେ ସ୍ତ୍ରୀ । ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ ଜଣେ ବ୍ୟକ୍ତି ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।

ଛାଡପତ୍ର ନଦେଇ ସ୍ୱାମୀ କରୁଥିଲେ ଦ୍ଵିତୀୟ ବିବାହ, ଥାନାରେ ମାମଲା
ସାକ୍ଷୀପଡା ଅଞ୍ଚଳର ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି । ଗତ 2016 ଏପ୍ରିଲରେ ତାଙ୍କ ବିବାହ ହୀରାକୁଦ ବାସିନ୍ଦା ଗଣେଶ୍ୱର ଜେନାଙ୍କ ପୁଅ ରକି ଜେନାଙ୍କ ସହ ହୋଇଥିଲା । ତେବେ ବିବାହର ଗୋଟିଏ ମାସ ପରଠାରୁ ତାଙ୍କର ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରି ସେ ମହିଳା ଥାନାରେ ମାମଲା ଦାଏର କରିଥିଲେ । ପରବର୍ତ୍ତୀ ସମୟରେ ମାମଲା ଯାଇ ସମ୍ବଲପୁର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା । ତେବେ ମାମଲାର ସମାଧାନ ହୋଇ ନ ଥିବାବେଳେ ତାଙ୍କ ସ୍ୱାମୀ ରକି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ କରିଛନ୍ତି ଗୀତାଞ୍ଜଳି । ଅନ୍ୟପଟେ ସେ ଏନେଇ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଦାୟୀକରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 14, 2021, 10:49 PM IST

ABOUT THE AUTHOR

...view details