ସମ୍ବଲପୁର: ବିଦ୍ୟୁତ୍ ଆଘାତରେ ଶାଶୁ ବୋହୂଙ୍କ ମୃତ୍ୟୁ । ଶାଶୁଙ୍କୁ ବିଦ୍ୟୁତ ଆଘାତରୁ ବଞ୍ଚାଇବାକୁ ଯାଇ ବୋହୂ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଦାବତଇଲା ଗାଁରେ । ତେବେ ମୃତ ଶାଶୁ ସତ ମିର୍ଧା ଓ ବୋହୂ ପଦ୍ମୀନି ମିର୍ଧା । ଏହା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସୂତନା ମୁତାବକ, ଘରେ ଲାଇନ ନଥିବା ବେଳେ ସତ ମିର୍ଧା ସେହି ସମୟର ହାତରେ ଇଲେକ୍ଟ୍ରି ବଲ ଧରି ହୋଲଡରରେ ଲଗାଇବା ଆରମ୍ଭ କରିଥିଲେ । ଆଉ ଠିକ ସେତିକି ବେଳେ ହଠାତ୍ ବିଜୁଳି ଚାଲି ଆସିଥିଲା । ବଲ ଲଗାଉଥିବା ସତ ମିର୍ଧା କରେଣ୍ଟ ପ୍ରଭାବରେ ତୁରନ୍ତ ତାରରେ ଲଟକି ପଡ଼ି ଛଟ ପଟ ହେବା ଆରମ୍ଭ କରିଥିଲେ । ହଠାତ୍ ଏତିକି ବେଳେ ଶାଶୁକୁ କରେଣ୍ଟ ଲାଗିବାରୁ ବୋହୁ ବଞ୍ଚାଇବାକୁ ଯାଇ ତାକୁ ବି କରେଣ୍ଟ ଲାଗିଥିଲା । ଘଟଣା ସ୍ଥଳରେ ଉଭୟ ଶାଶୁ ଓ ବୋହୂଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଯୁଜୁମୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ପ୍ରକାଶ ଥାଉକି, ଗତ ୨୧ ତାରିଖରେ ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ସମଲେଶ୍ୱରୀ କଲେଜ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଟାଟା ପାୱାରର ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟାହ୍ନ ସମୟରେ ସମଲେଶ୍ୱରୀ କଲେଜ ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ମରାମତି କାମ କରୁଥିଲେ । ବିଦ୍ୟୁତ ଲାଇନ ମରାମତି ସମୟରେ ହଠାତ୍ ବିଦ୍ୟୁତ ଆଘାତରେ ଆସିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।