ସମ୍ବଲପୁର: ସୋମବାର ଠାରୁ ମେ 3 ତାରିଖ ପର୍ଯ୍ୟନ୍ତ ମାଗଣାରେ ରନ୍ଧା ଖାଦ୍ୟ ପ୍ରଦାନ କରିବ ପଶ୍ଚିମ ଓଡିଶା ଯୁବା ମଞ୍ଚର ସ୍ବେଚ୍ଛାସେବୀ ସଂଗଠନ । ପୂର୍ବରୁ ଏକ ମାସ ଧରି ଲକଡାଉନ ସମୟରେ ପଶ୍ଚିମ ଓଡିଶାର 11 ଟି ଜିଲ୍ଲାରେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛି ଏହି ସଂଗଠନ । ସୋମବାର ଠାରୁ ବୁର୍ଲା ମେଡିକାଲର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦେବାର ଆରମ୍ଭ କରିଥିବାର ସୂଚନା ଦିଆଯାଇଛି।
ବୁର୍ଲା ମେଡିକାଲରେ ରନ୍ଧା ଖାଦ୍ୟ ବାଣ୍ଟିବ ପଶ୍ଚିମ ଓଡିଶା ଯୁବା ମଞ୍ଚ - sambalpur
ବୁର୍ଲା ମେଡିକାଲରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ । ଅଧିକ ପଢନ୍ତୁ...
ବୁର୍ଲା ମେଡିକାଲରେ ରନ୍ଧା ଖାଦ୍ୟ ବାଣ୍ଟିବ ପଶ୍ଚିମ ଓଡିଶା ଯୁବା ମଞ୍ଚ
ଏଥିପାଇଁ ସମ୍ବଲପୁରର ଜିଲ୍ଲା ପ୍ରଶାସନ ଓ ବୁର୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ପରେ ଏହି ସଙ୍ଗଠନ ରନ୍ଧା ଖାଦ୍ୟ ଦେବା ଆରମ୍ଭ କରିଛି । ଲକଡାଉନ ଯୋଗୁଁ ସବୁ ହୋଟେଲ ବନ୍ଦ ଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବାର ଖବର ପାଇ ଏହି ସଂଗଠନ ମାଗଣା ଖାଦ୍ୟ ବଣ୍ଟନ ଆରମ୍ଭ କରିଛି । ପଶ୍ଚିମ ଓଡିଶା ଯୁବା ମଞ୍ଚର ଏହି ଉତ୍ସାହୀ ଯୁବକଙ୍କ ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରସଂଶା କରିଛନ୍ତି ।
ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ