ଓଡିଶା

odisha

ETV Bharat / state

ଜଳକଷ୍ଟ ଦୂର କଲା ଝରଣା, ଘରେ ଘରେ ପହଞ୍ଚିଲା ପାନୀୟ ଜଳ - ଦୂର ହେଲା ପାନୀୟ ସମସ୍ୟା

ଘରକୁ ଘର ପହଞ୍ଚିଲା ପାନୀୟ ଜଳ । ହେଲେ ଏଥିପାଇଁ ନା ଦେୟ ଦେବାକୁ ପଡୁଛି ନା ପାୱର କଟ ଟେନସନ । ବୋହି ଯାଉଥିବା ଚିରସ୍ରୋତା ଝରଣାକୁ ନେଇ ପ୍ରାକୃତିକ ବ୍ୟବହାର କରି ରୂପେ ଲାଘବ ହୋଇଛି ଜଳକଷ୍ଟ । ଆଉ ଏହି ସଫଳତା ପଛରେ ନାବାର୍ଡ କରିଛି ସମ୍ପୂର୍ଣ୍ଣ ସହଯୋଗ । ଅଧିକ ପଢନ୍ତୁ...

ଘରେ ଘରେ ପହଞ୍ଚିଲା ପାନୀୟ ଜଳ
ଘରେ ଘରେ ପହଞ୍ଚିଲା ପାନୀୟ ଜଳ

By

Published : Jul 21, 2020, 12:51 PM IST

ସମ୍ବଲପୁର: ପ୍ରତି ଘର ଅଗଣାରେ ପାଣି ଟ୍ୟାପ । ଟ୍ୟାପ ଖୋଲିବା ମାତ୍ରେ ଗଦଗଦ ହୋଇ ବୋହି ଆସୁଛି ସ୍ବଚ୍ଛ ପାଣି । ବର୍ଷ ତମାମ ଲୋକଙ୍କ ଶୋଷ ମେଣ୍ଚାଉଛି ଏହି ଟ୍ୟାପ ପାଣି । ହାତ ପାହାନ୍ତାରେ ମିଳୁଥିବା ପାଣି ପାଇଁ ନା ଦେବାକୁ ପଡୁଛି ଦେୟ ନା ପାୱାର କଟ ଅଛି ଟେନସନ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବନ୍ତଲୋଇ ଗାଁର ପ୍ରାୟ 52ଟି ପରିବାରଙ୍କ ଶେଷରେ ଦୂର ହୋଇଛି ପାନୀୟ ସମସ୍ୟା ।

ଜଳକଷ୍ଟ ଦୂର କଲା ଝରଣା

ପାଣି ବୁନ୍ଦାଏ ପାଇଁ ଦିନେ ଯେଉଁ ଗ୍ରାମବାସୀ ଡହଳ ବିକଳ ହେଉଥିଲେ । ଆଜି ସେଠି ଚିରସ୍ରୋତା ବଡଖୋଲ ଝରଣା ଜୀବନ ବଦଳାଇଛି । ଗାଁ ପାଖ ଜଙ୍ଗଲ ଦେଇ ବୋହିଯାଉଥିବା ଏହି ଝରଣାକୁ ପ୍ରାକୃତିକ ଉପାୟରେ ବ୍ୟବହାର କରି ଲାଘବ ହୋଇଛି ଜଳକଷ୍ଟ ।

ଏ ସବୁ ସମ୍ଭବ କେବଳ ସମ୍ଭବ ହୋଇଛି ଡାଈଭର୍ଶନ ବେଷ୍ଡ ଇରିଗେସନ ପ୍ରୋଜେକ୍ଟ ଦ୍ବାରା । ଗାଁର 200 ଫୁଟ ଉପର ଜଙ୍ଗଲ ଦେଇ ବର୍ଷ ତମାମ ପ୍ରବାହିତ ହେଉଥିବା ବଡଖୋଲ ଝରଣାକୁ ବ୍ୟବହାର କରି ଗାଁକୁ ପହଞ୍ଚାଯାଇଛି । ନାବାର୍ଡ ସହାୟତାରେ ଝରଣାର ଉପରମୁଣ୍ଡରୁ ଏକ କୁଣ୍ଡ ଖୋଳାଯାଇ, ଗାଁର ପ୍ରତ୍ୟେକ ଘରକୁ ପାଇପ ସହ ସଂଯୋଗ କରାଯାଇଛି । ଜଳ ବିଶୋଧନର ମଧ୍ୟ ବ୍ୟବସ୍ଥା କରାଯାଇଛି । ନାବାର୍ଡର ଆର୍ଥିକ ସହଯୋଗ ଓ ଗାଁ ଲୋକେ ଶ୍ରମଦାନ କରି ଏପରି ଆତ୍ମନିର୍ଭରଶୀଳ ହୋଇଛନ୍ତି । ନାବାର୍ଡର ଇଂପ୍ଲିମେଣ୍ଟିଙ୍ଗ ଏଜେନ୍ସି ଜରିଆରେ ଏସବୁ କାର୍ଯ୍ୟ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details