ସମ୍ବଲପୁର: ଖରା ଦିନ ଆରମ୍ଭରୁ ଶୁଖିଲାଣି ମହାନଦୀ । ଛତିଶଗଡ ସବୁ ବ୍ୟାରେଜ ବନ୍ଦ କରି ସାରିଛି l ବର୍ତମାନ ଓଡିଶାରେ ମହାନଦୀର ଗର୍ଭରେ ଉତ୍କଟ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି l ହୀରାକୁଦ ଡ୍ୟାମରେ ବର୍ତମାନ ସ୍ଥିତିରେ ଯେତିକି ଜଳସ୍ତର ରହିବା କଥା ତାଠୁ 5 ଫୁଟ କମ ପାଣି ଥିବା ଜଣାପଡିଛି l
ଏହା ସହ ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବୁନାଲ କୁ 5 ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ନବାହାରିବାରୁ ଚିନ୍ତା ପ୍ରକଟ କରିଛନ୍ତି ଜଳ ମାନବ ତଥା ପରିବେଶବିତ ରଞ୍ଜନ ପଣ୍ଡା l ସେ କହିଛନ୍ତି, ‘‘କେବଳ ଟ୍ରିବୁନାଲ ଗଠନ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଛତିଶଗଡ଼ ଓ ଓଡିଶା ସରକାର ଆଗେଇ ଆସି ସମନ୍ବୟ ରକ୍ଷା କରି ବର୍ଷ ତମାମ ନଦୀ ପରିଚାଳନାର ଏକ ବୁଝାମଣା କରିବା ଉଚିତ ।’’
ଏହାବି ପଢନ୍ତୁ- Rahul Gandhi Conviction: ରାଜନାଥ କହିଲେ ଶବ୍ଦ ଅସ୍ତ୍ରଠାରୁ ମଧ୍ୟ ମାରାତ୍ମକ
ବର୍ତ୍ତମାନ ଉପର ମୁଣ୍ଡରୁ ହୀରାକୁଦ ଜଳ ଭଣ୍ତାରକୁ ଜଳ ପ୍ରବେଶ ବନ୍ଦ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଛତିଶଗଡ ସମସ୍ତ ବ୍ୟାରେଜର ଗେଟ ବନ୍ଦ କରିଥିବା ବେଳେ ହୀରାକୁଦକୁ ଜଳ ପ୍ରବେଶ ହ୍ରାସ ପାଉଛି । ଜଳ ଭଣ୍ତାର ଜଳସ୍ତର ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଲାଣି । ଗତ ମାସକ ମଧ୍ୟରେ ଛତିଶଗଡ ରୁ ବହୁ କମ ଜଳ ପ୍ରବେଶ କରିଛି ବୋଲି ସୂଚନା ମିଳିଛି । ହୀରାକୁଦରେ ବର୍ତମାନ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ 5 ଫୁଟ ପାଣି କମଥିବାର ଜଣାପଡିଛି l ଏଥିପାଇଁ ଜଳଭଣ୍ତାର ସ୍ଥିତି ଆଗକୁ ସଙ୍କଟାପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି l ଆଗକୁ ହୀରାକୁଦ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଆକଳନ ହେଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଗ୍ରୀଷ୍ମ ଆରମ୍ଭ ରୁ ହୀରାକୁଦ ଉପର ମୁଣ୍ତର ଛତିଶଗଡରେ ଥିବା ବ୍ୟାରେଜ ସବୁର ଗେଟ ବନ୍ଦ କରି ଓଡିଶା କୁ ଜଳ ପ୍ରବେଶ ବନ୍ଦ କଲାଣି । ଯାହା ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହୀରାକୁଦ ଡ୍ୟାମ ରେ 5 ଫୁଟ କମ ଜଳସ୍ତର ରହିଥିବା ତଥ୍ୟ ସାମ୍ନାକୁ ଆସିଛି । ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ର୍ୟୁବନାଳ 5 ବର୍ଷ ଅବଧି ଶେଷ ହୋଇଛି । ଅବଧି ଶେଷ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଏହା ମଧ୍ୟରେ ଛତିଶଗଡ ମହାନଦୀ ଉପର ମୁଣ୍ତରେ ନିର୍ମାଣ କରିଥିବା ବ୍ୟାରେଜ ଉପରେ ମଧ୍ୟ ଓଡିଶା ସରକାର ରୋକ ଲଗାଇ ପାରିଲେ ନାହିଁ ।