ଓଡିଶା

odisha

ETV Bharat / state

ପ୍ଲାଷ୍ଟିକର ସ୍ଥାନ ନେଲା ପତ୍ର: ସ୍ବାବଲମ୍ବୀ ମହିଳା, ସୁରକ୍ଷିତ ସମାଜ - ସମ୍ବଲପୁର ମହିଳା ସ୍ବାବଲମ୍ବୀ

ପ୍ଲାଷ୍ଟିକର ବିକଳ୍ପ ଭାବେ ଉଭା ହୋଇଛି ଶାଳପତ୍ର । ଶାଳପତ୍ରରେ ପ୍ରସ୍ତୁତ ଖଲି ଚଉତିକୁ ତିଆରି କରୁଛନ୍ତି ସମ୍ବଲପୁରର କିଛି ସ୍ବୟଂ ସହାୟକ ଗୋଷ୍ଠୀ । ଯାହାର ଚାହିଦା ରହିଛି ଢେର ଅଧିକ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Plastic ban
ପ୍ଲାଷ୍ଟିକର ସ୍ଥାନ ନେଲା ପତ୍ର

By

Published : Dec 13, 2019, 8:03 AM IST

Updated : Dec 13, 2019, 2:37 PM IST

ସମ୍ବଲପୁର: ସାରା ବିଶ୍ବ ପାଇଁ ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୃଥିବୀ ପାଇଁ ଏକ ବିପଦ ଭାବେ ଉଭା ହୋଇଛି ପ୍ଲାଷ୍ଟିକ। ସାରା ଭାରତବର୍ଷରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର ବ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି। ହେଲେ ଏବେ ପ୍ଲାଷ୍ଟିକର ବିକଳ୍ପ ଭାବେ ଉଭା ହୋଇଛି ଶାଳପତ୍ର। ଶାଳପତ୍ରରେ ପ୍ରସ୍ତୁତ ହେଉଥିବା ଖଲି, ଚଉପତି, ଯାହାକି ପରିବେଶ ସୁରକ୍ଷା ସହ ମହିଳାକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରୁଛି।

ପ୍ଲାଷ୍ଟିକର ସ୍ଥାନ ନେଲା ପତ୍ର


ଗାନ୍ଧୀ ଜୟନ୍ତୀରୁ ସାରା ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଛି କଟକଣା। ପ୍ଲାଷ୍ଟିକମୁକ୍ତ ରାଜ୍ୟ ପାଇଁ ତତ୍ପର ପ୍ରଶାସନ। ଏହି କ୍ରମରେ ନୂଆ ପ୍ରୟାସ ଆରମ୍ଭ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ପ୍ଲାଷ୍ଟିକର ବିକଳ୍ପ ରୂପେ ବଛାଯାଇଛି ଶାଳପତ୍ର ନିର୍ମିତ ଖଲି ଚଉପତି। ଏହାର ପ୍ରସ୍ତୁତି ଦାୟିତ୍ବ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଦେବା ସହ ନୂତନ ଢାଞ୍ଚାରେ ନିର୍ମାଣ ପାଇଁ ଯୋଗାଇଛି ଯନ୍ତ୍ରପାତି। ଏହାଦ୍ବାରା ମହିଳା ସ୍ବାବଲମ୍ବୀ ହେବା ସହ ପରିବେଶ ସୁରକ୍ଷା ମଧ୍ୟ ହୋଇପାରୁଛି।

ସମ୍ବଲପୁର ଜିଲ୍ଲା ପ୍ରଶାସନ, ବନବିଭାଗ, ଏଲଏମ ଓ ଓରମାସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ତ୍ବରାନ୍ବିତ ହେଉଛି। ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ 10ଟି ସିଲେଇ ମେସିନ ଓ 4ଟି ପ୍ରେସିଂ ମେସିନ ଯୋଗାଇଛି ବନବିଭାଗ। ପ୍ରଥମେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ ପରେ ଏହାକୁ ଖରାରେ ଶୁଖାଇବା ସହ ସିଲେଇ ମେସିନ୍‌ରେ ସିଲେଇ କରାଯାଉଛି। ଏହାପରେ ପ୍ରେସିଂ ମେସିନରେ ପକାଯାଇ ନୂଆ ରୂପ ଦିଆଯାଉଛି। ହାତ ତିଆରି ଖଲି ଚଉପତି ଆଦିର ଦାମ 70 ପଇସା ରହିଥିବା ବେଳେ ଏହାର ଦାମ ରହିଛି ସାଢେ 3 ଟଙ୍କା। ଆଉ ବଜାର ଦର ବି ବଢିଥିବାରୁ ଦି ପଇସା ଅଧିକ ରୋଜଗାର କରି ବେଶ ଖୁସି ମହିଳା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 13, 2019, 2:37 PM IST

ABOUT THE AUTHOR

...view details