ସମ୍ବଲପୁର: କିଛି ଦିନ ତଳେ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା ବୁର୍ଲା ଭିସୁଟର ରାଗିଂ ଘଟଣା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସରକାର ଏନେଇ ରିପୋର୍ଟ ମାଗିଥିଲେ । ତେବେ ମଙ୍ଗଳବାର ଘଟଣାରେ ରିପୋର୍ଟ ପ୍ରଦାନ କରିଛନ୍ତି ରେଜିଷ୍ଟ୍ରାର ।
ରିପୋର୍ଟ ଅନୁଯାୟୀ ରାଗିଂରେ ମୁଖ୍ୟ ଭାବେ ସାମିଲ ଥିବା 10 ଜଣ ଛାତ୍ର ଓ ତାଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ରହିଛି । ଏହାସହ ହଷ୍ଟେଲରେ ନିୟୋଜିତ ଥିବା 2 ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରାଯିବା ଓ ସିକ୍ୟୁରିଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଦର୍ଶାଯାଇଛି ।