ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ) ଆଗାମୀ ୨୮ ଏବଂ ୨୯ ତାରିଖ 2 ଦିନ ବନ୍ଦ ରହିବ । କ୍ୟାମ୍ପସରେ 5ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ପରେ ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଶନିବାର ଏବଂ ରବିବାର ଭିସୁଟ୍ ବନ୍ଦ ରହୁଥିବାବେଳେ ଏବେ ଆଉ 2 ଦିନ ଅର୍ଥାତ ୪ଦିନ ବନ୍ଦ ରହିବ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ୨୩ ତାରିଖରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଜଣେ ପ୍ରଫେସର ଏବଂ ସିଭିଲ ଇଞ୍ଜିନିୟରିଂ ବିଭାଗର ଜଣେ ସହଯୋଗୀ ପ୍ରଫେସର ସହ 5 ଜଣ କର୍ମଚାରୀ କରୋନା ସଂକ୍ରମିତ ଯୋଗୁଁ ଏହି ଚାରିଦିନ କ୍ୟାମ୍ପସକୁ ସାନିଟାଇଜେସନ କରିବା ପାଇଁ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଏହି ସମୟ ମଧ୍ୟରେ ଅଧ୍ୟାପକମାନେ ନିଜ ଘରୁ ଅନଲାଇନ୍ କ୍ଲାସ୍ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।