ଓଡିଶା

odisha

ETV Bharat / state

ସମ୍ବଲପୁରରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଚାଲିଛି ଭୋଟିଂ। ନିଜ ନେତାଙ୍କୁ ଚୟନ କରୁଛନ୍ତି ଭୋଟର ।

By

Published : Apr 23, 2019, 5:34 PM IST

ଫଟୋ ସୌଜନ୍ୟ ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ତୃତୀୟ ପର୍ଯ୍ୟାୟ ମତଦାନରେ ସମ୍ବଲପୁର ଭୋଟ ଦେଉଛି। ନିଜ ନେତାଙ୍କୁ ଚୟନ କରିବାକୁ ଉତ୍ସାହିତ ଜିଲ୍ଲାବାସୀ । ଭୁତାପଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ସକାଳୁ ଦେଖିବାକୁ ମିଳିଛି ଭୋଟରଙ୍କ ଭିଡ। ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛୁଛନ୍ତି ମତଦାତା ।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ସମ୍ବଲପୁର

"ନାଁ ନୁହେଁ, ଯିଏ କାମ କରିବ ସେମାନଙ୍କୁ ଭୋଟ ଦେବା ଉଚିତ ବୋଲି କହିଛନ୍ତି ଜଣେ ଭୋଟର।" ଏପରିକି ନୂଆ ଭୋଟରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରୁଛନ୍ତି । ଧାଡିରେ ଯାଇ ଭୋଟ ଦେଉଛନ୍ତି । ତେବେ ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳାର ସହିତ ଭୋଟିଂ ଚାଲିଛି ।

ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ।। ନୂଆ କରି ଭିଭିପାଟ ମେସିନରେ ଭୋଟ ଦେଇ ଖୁସି ଅଛନ୍ତି ଭୋଟର। ବୁଥରେ ଥିବା ପ୍ରିଜାଡିଂ ଅଫିସର ମଧ୍ୟ ସୁରୁଖୁରୁରେ ମତଦାନ ଚାଲିଥିବା କହିଛନ୍ତି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details