ସମ୍ବଲପୁର: ବୁର୍ଲା ଭିସୁଟରେ ଛାତ୍ର ଗଣ୍ଡଗୋଳ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୪ ଛାତ୍ରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କୁଳପତି । ଘଟଣାରେ ସମ୍ପୃକ୍ତ ଚାରି ଛାତ୍ର ହେଉଛନ୍ତି ପ୍ରତ୍ୟୁଷ ରଞ୍ଜନ ମହାନ୍ତି, ତୁଷାର ଦାସ,ଅଭିଜିତ ସାମଲ ଓ ମୃତ୍ୟୁଞ୍ଜୟ ସାହୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ର ପ୍ରତ୍ୟୁଷ ରଞ୍ଜନ ମହାନ୍ତି ଏବଂ ତୁଷାର ଦାସଙ୍କୁ ଏକବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବା ସହିତ ଜଣକୁ ୨୫ହଜାର ଟଙ୍କା ଲେଖାଏଁ ଫାଇନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜରିମାନା ରାଶି ଚଳିତ ମାସ ୨୦ ତାରିଖ ସୁଦ୍ଧା ହଷ୍ଟେଲ୍ ଉନ୍ନୟନ ଫାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉଭୟ ଛାତ୍ରଙ୍କୁ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ହେବାକୁ ଥିବା ଇଭେନ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜୀକରଣ କରି ପାରିବେ ନାହିଁ । ସେହିପରି ଅନ୍ୟ ଦୁଇ ଶେଷ ବର୍ଷର ଛାତ୍ର ଅଭିଜିତ ସାମଲ ଏବଂ ମୃତ୍ୟୁଞ୍ଜୟ ସାହୁଙ୍କୁ ମଧ୍ୟ ସମାନ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି ।
ସୂଚନା ଅନୁଯାୟୀ ଗତ ୭ ତାରିଖ ବିଳମ୍ବିତ ରାତିରେ ଭିସୁଟ ପୁଲହ ଛାତ୍ରାବାସରେ ରହୁଥିବା ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷର ସନ୍ଦୀପ ସିଂ ନାମକ ଜଣେ ଛାତ୍ରଙ୍କୁ ଅନ୍ୟ ବିଭାଗର ୪ ଜଣ ଶେଷ ବର୍ଷର ଛାତ୍ର ମାରପିଟ କରିଥିଲେ ।