ସମ୍ବଲପୁର: ରାଜ୍ୟରେ ଦ୍ରୁତବେଗରେ ବଢୁଛି ସଂକ୍ରମଣ । ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଶିଛି ଭୂତାଣୁ । ନିକଟରେ ସମ୍ବଲପୁରର ବୁର୍ଲା ଭୀମସାର ମେଡିକାଲ କଲେଜ(Veer Surendra Sai Institute Of Medical Sciences And Research)ର ବହୁ ଛାତ୍ରଛାତ୍ରୀ କୋରୋନା କବଳିତ ହୋଇଛନ୍ତି । ଏଭଳି ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୀମସାର ମେଡିକାଲ କଲେଜର ଏମବିବିଏସ(MBBS) ପରୀକ୍ଷା ସ୍ଥିଗତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଏନେଇ ଭୀମସାରର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।
Covid Scare: MBBS ପରୀକ୍ଷା ସ୍ଥଗିତ ରଖିଲା VIMSAR - ଭୀମସାର ଏମବିବିଏସ ପରୀକ୍ଷା ସ୍ଥିଗତ
ରାଜ୍ୟରେ ବ୍ୟାପୁଛି ମହାମାରୀ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି MBBS ପରୀକ୍ଷା ସ୍ଥଗିତ ରଖିଲା VIMSAR । ଅଧିକ ପଢନ୍ତୁ
ସୂଚନାଯୋଗ୍ୟ, ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବାକୁ ଏହି ପଦକ୍ଷେପ ନିଆଯାଇଛି । ବିଗତ ଦିନରେ ଭୀମସାରର ବହୁ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ ସଂକ୍ରମଣର ଶିକାର ହୋଇଥିଲେ । ତେଣୁ ଆଗକୁ ଯେପରି କୋରୋନା ନ ବ୍ୟାପେ ସେଥିପାଇଁ ପ୍ରଥମ ଓ ତୄତୀୟ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରଥମ PMB ଓ ଦ୍ବିତୀୟ PMB ଏମବିବିଏସ ପରୀକ୍ଷାକୁ ବର୍ତ୍ତମାନ ସମୟରେ ସ୍ଥିଗତ ରଖାଯାଇଛି । ସ୍ଥିତିରେ ସୁଧାର ଆସିଲେ ବାତିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଏମବିବିଏସ(MMBS) ପରୀକ୍ଷା ଅନୁଷ୍ଠିତ କରାଯିବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ