ସମ୍ବଲପୁର: ଗ୍ରାମ୍ୟ ଜଙ୍ଗଲ ଜମିକୁ ଜିଲ୍ଲା ପ୍ରଶାସନ କମ୍ପାନୀ ହାତରେ ଟେକି ଦେଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତର ପିତାପଲି ଗ୍ରାମର ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି l ଗ୍ରାମବାସୀ ଅଭିଯୋଗ କରିଛନ୍ତି, "ଗାଁର ନିକଟରେ ଥିବା ଜଙ୍ଗଲର ଅଢେଇ ଏକର ଜମିକୁ ଜିଲ୍ଲା ପ୍ରଶାସନ ବେଦାନ୍ତ କମ୍ପାନୀ ହାତକୁ ଟେକି ଦେଉଛନ୍ତି l ଏହାଦ୍ୱାରା ଏହି ଗାଁର ଜଙ୍ଗଲ ନଷ୍ଟ ହେବା ସହ ବାତାବରଣ ଦୂଷିତ ହେବ l ତେଣୁ ଏହି ପଦକ୍ଷେପରୁ ଜିଲ୍ଲା ପ୍ରଶାସନ ବିରତ ରହୁ । ନଚେତ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ।''
ଅଭିଯୋଗ ଅନୁସାରେ, ମାସକ ତଳର ବ୍ୟାକ ଡେଟ ଥିବା ନୋଟିସକୁ ଗାଁରେ ଚଞ୍ଚକତା କରି ଲଗାଇଛି ଜିଲ୍ଲା ପ୍ରଶାସନ । ଏହାଦ୍ବାରା ଗାଁର ଅଢେଇ ଏକର ଜମିକୁ ପ୍ରଶାସନ ବେଦାନ୍ତ କମ୍ପାନୀ ହାତକୁ ଟେକି ଦେବାକୁ ବସିଛି । ଏମିତି ଅଭିଯୋଗ ଆଣିଛନ୍ତି ପିତାପାଲି ଗ୍ରାମବାସୀ l ଏହି ଗାଁରେ ମୁଖ୍ୟତଃ ହୀରାକୁଦ ଡ୍ୟାମର ବିସ୍ଥାପିତମାନେ ରହି ଆସୁଥିବା ବେଳେ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଗ୍ରାମବାସୀ ମାନେ ପୁଣି ପ୍ରଦୂଷଣ ନେଇ ଚିନ୍ତାରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Encounter In Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଜିତୁ ଆହତ