ଓଡିଶା

odisha

ETV Bharat / state

ରସୁଣ ଗୋଦାମରେ ଭିଜିଲାନ୍ସ ରେଡ୍‌, ମିଳିଲା ହଜାର ହଜାର ଲିଟର PDS କିରୋସିନ୍‌ - ଭିଜିଲାନ୍ସ ଚଢ଼ାଉ

ରସୁଣ ଗୋଦାମ ଉପରେ ଭିଜିଲାନ୍ସ ଓ ଜିଲ୍ଲା ଯୋଗାଣ ବିଭାଗର ଚଢାଉ । ଅଧିକ ପଢନ୍ତୁ...

ବେଆଇନ PDS କିରୋସିନୀ ଗଚ୍ଛିତ ଥିବା ରସୁଣ ଗୋଦାମରେ ଭିଜିଲାନ୍ସ ଚଢ଼ାଉ
ବେଆଇନ PDS କିରୋସିନୀ ଗଚ୍ଛିତ ଥିବା ରସୁଣ ଗୋଦାମରେ ଭିଜିଲାନ୍ସ ଚଢ଼ାଉ

By

Published : Aug 5, 2021, 12:32 PM IST

Updated : Aug 5, 2021, 12:56 PM IST

ସମ୍ବଲପୁର:ରସୁଣ ଗୋଦାମ ଉପରେ ଭିଜିଲାନ୍ସ ଓ ଜିଲ୍ଲା ଯୋଗାଣ ବିଭାଗର ଚଢାଉ । ସମ୍ବଲପୁର ଅଇଁଠା ପାଲି ଥାନା ଅନ୍ତର୍ଗତ ବରେଇ ପାଲିରେ ଥିବା ଏକ ରସୁଣ ଗୋଦାମ ଉପରେ ଏହି ମିଳିତ ଚଢ଼ାଉ କରାଯାଇଛି । ଗୋଦାମ ମାଲିକ ଦୀପକ ଗୋଏଲଙ୍କ ଏହି ଗୋଦାମ ଘର ପରିସରରେ ବେଆଇନ ଭାବେ ପିଡିଏସ କିରୋସିନ ଗଚ୍ଛିତ ରଖାଯିବ ଅଭିଯୋଗ ହୋଇଥିବାରୁ ଭିଜିଲାନ୍ସ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା ।

ରସୁଣ ଗୋଦାମରେ ଭିଜିଲାନ୍ସ ରେଡ୍‌, ମିଳିଲା ହଜାର ହଜାର ଲିଟର PDS କିରୋସିନ୍‌

ଏହି ଚଢାଉରେ 6,917 ଲିଟର କିରୋସିନ ଜବତ କରାଯାଇଛି । ଯାହାର ମୂଲ୍ୟ 2 ଲକ୍ଷ 98 ହଜାର 348 ଟଙ୍କା ହେବ ବୋଲି କୁହାଯାଉଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଦୀପକ ଗୋଏଲଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 5, 2021, 12:56 PM IST

ABOUT THE AUTHOR

...view details