ସମ୍ବଲପୁର: ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହାର ପ୍ରଭାବ ମାଲ ପରିବହନ ଉପରେ ପଡିଛି। ଆଉ ସମ୍ବଲପୁର ସହରକୁ ମୁଖ୍ୟତଃ ରାଜ୍ୟ ବାହାରର ପନିପରିବା ସହରବାସୀଙ୍କ ଚାହିଦା ପୂରଣ କରୁଥିବା ବେଳେ ପେଟ୍ରୋଲିୟମ ପଦାର୍ଥର ଦର ଵୃଦ୍ଧିର ପ୍ରଭାବ ପରିବା ହୋଲସେଲ ଓ ରିଟେଲ ମାର୍କେଟରେ ପଡିଥିବା ପରିଲକ୍ଷିତ ହେଉଛି।
ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଏବେ ପରିବା ଦର ଚଢା - ପେଟ୍ରୋଲ-ଡିଜେଲ ଦର ବୃଦ୍ଧି
ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହାର ପ୍ରଭାବ ମାଲ ପରିବହନ ଉପରେ ପଡିଛି। ଆଉ ସମ୍ବଲପୁର ସହରକୁ ମୁଖ୍ୟତଃ ରାଜ୍ୟ ବାହାରର ପନିପରିବା ସହରବାସୀଙ୍କ ଚାହିଦା ପୂରଣ କରୁଥିବା ବେଳେ ପେଟ୍ରୋଲିୟମ ପଦାର୍ଥର ଦର ଵୃଦ୍ଧିର ପ୍ରଭାବ ପରିବା ହୋଲସେଲ ଓ ରିଟେଲ ମାର୍କେଟରେ ପଡିଥିବା ପରିଲକ୍ଷିତ ହେଉଛି। ଅଧିକ ପଢନ୍ତୁ...
ଅନ୍ୟପଟେ ହୋଲ ସେଲ ମାର୍କେଟର ବ୍ୟବସାୟୀ ମଧ୍ୟ ନିଜର ହାତ ଟେକି ଦେଇଛନ୍ତି। ଗୋଟିଏ ପଟେ ପରିବହନ ଖର୍ଚ୍ଚର ବୃଦ୍ଧି ସହ ଖରାପ ପାଗ ଯୋଗୁ ଆମଦାନୀର ଖର୍ଚ୍ଚ ବଢିଥିବା ବେଳେ ମାର୍କେଟରେ ଗ୍ରାହକ ପରିବା କିଣିବା କମ କରିଦେଇଥିବା ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ରିଟେଲ ମାର୍କେଟରେ ପିଆଜ ଦର 60 ହୋଇଥିବା ବେଳେ ଅନ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ରିଟେଲର କହିଛନ୍ତି । ହୋଲସେଲ ମାର୍କେଟରେ କିଲୋ ପ୍ରତି କ୍ୟାପସିକମ 30, ବାଇଗଣ 10, ମଟର 28, ଗାଜର 18, ଲାଉ 10, ଶିମ୍ବ 30, ଲଙ୍କା 40, ବିଟ 15 ଓ ଅଦା 24 ଟଙ୍କା ରହିଛି । ଆଗକୁ ଆହୁରି ଦର ବୃଦ୍ଧି ହେବ ବୋଲି ବ୍ୟବସାୟୀ କହିଛନ୍ତି।
ସମ୍ବଲପୁର ଆରଏମସି ପରିବା ମଣ୍ଡିକୁ ପନିପରିବା ମୁଖ୍ୟତଃ ରାୟପୁର ଓ ଜଗଦଲପୁର ଅଞ୍ଚଳରୁ ପରିବା ଆସୁଥିବା ବେଳେ ସାମୟିକ ଭାବେ ବରଗଡ଼, ସୋହେଲା ଓ ପଦ୍ମପୁରର ପରିବା ଆସିଥାଏ। ଏଭଳି ସ୍ଥିତିରେ ରାୟପୁରରୁ ଏକ ବଡ଼ ଗାଡ଼ିରେ ପରିବା ଆସିଲେ ଭଡା 30 ହଜାର ରହୁଥିବା ବେଳେ ଛୋଟ ଗାଡ଼ିରେ ଭଡା ଖର୍ଚ୍ଚ 10 ହଜାର ରହିଥାଏ ତେବେ ବର୍ତ୍ତମାନ ପେଟ୍ରୋଲ ଡିଜେଲ ଡର ବୃଦ୍ଧି ହେବାରୁ ଗାଡି ପିଛା 1 ହଜାର ରୁ 2 ହଜାର ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ବଢିଥିବା ହୋଲସେଲ ବ୍ୟବସାୟୀ କହିଛନ୍ତି।ଏହାର ପ୍ରଭାବରେ ରିଟେଲ ମାର୍କେଟ ରେ ପରିବା ଦର ବଢୁଛି ଓ ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ପରିବା ଦର ଆହୁରି ବଢିବ ବୋଲି ହୋଲ ସେଲ ବ୍ୟବସାୟୀ କହିଛନ୍ତି । ପେଟ୍ରୋଲିୟମ ପଦାର୍ଥ ର ଦରବୃଦ୍ଧି ର ପ୍ରଭାବ ପ୍ରତ୍ୟକ୍ଷ ହେଉବା ପରୋକ୍ଷରେ ସାଧାରଣ ଖାଉଟିର କିଚେନ ଉପରେ ମାଡ଼ କରୁଛି। ତେଣୁ ଏହା ପ୍ରତି ସରକାର ଯତ୍ନବାନ ହେବା ର ଆବଶ୍ୟକତା ଥିବା ସାଧରଣ ଲୋକ ମତ ପ୍ରକାଶ କରିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ