ଓଡିଶା

odisha

ETV Bharat / state

NEPରେ ସ୍ଥାନ ପାଇବ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଗାଥା: କେନ୍ଦ୍ର ଶିକ୍ଷାମନ୍ତ୍ରୀ - Union Education Minister

ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଅପରାହ୍ଣ 2 ତା 45 ମିନିଟ ରେ ଝାରସୁଗୁଡା ଦେଇ ସମ୍ବଲପୁର ରେଙ୍ଗାଲି ବ୍ଲକ ଖିଣ୍ଡା ଗାଁ ରେ ପହଞ୍ଚିଥିଲେ। ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ କୁ ପହଞ୍ଚି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧିକ ପଢନ୍ତୁ

କେନ୍ଦ୍ର ଶିକ୍ଷାମନ୍ତ୍ରୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ

By

Published : Jan 24, 2023, 9:57 AM IST

NEP ରେ ସ୍ଥାନ ପାଇବ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଗାଥା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜନ୍ମ ଜୟନ୍ତୀ । ଏହି ଅବସରରେରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ସ୍ଥିତ ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାପରେ ସେ ସୁରେନ୍ଦ୍ର ସାଏଙ୍କ ଦାୟାଦଙ୍କ ପରିବାରକୁ ଭେଟିଥିଲେ।

ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସେ ଅପରାହ୍ଣ 2ଟା 45 ମିନିଟ୍‌ରେ ଝାରସୁଗୁଡା ଦେଇ ସମ୍ବଲପୁର ରେଙ୍ଗାଲି ବ୍ଲକ ଖିଣ୍ଡା ଗାଁରେ ପହଞ୍ଚିଥିଲେ । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠରେ ପହଞ୍ଚି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଇତିହାସରେ ସବୁଠାରୁ ଅଧିକ ସମୟ ଜେଲ୍‌ରେ ରହିଛନ୍ତି । ଇତିହାସରେ ତାଙ୍କୁ ଉଚିତ ସ୍ଥାନ ମିଳିନାହିଁ । ତେବେ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ନୂତନ ଇତିହାସରେ ସୁରେନ୍ଦ୍ର ସାଏଙ୍କ ସଂଘର୍ଷମୟ ଜୀବନୀକୁ ସ୍ଥାନିତ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଆଗାମୀ ଦିନରେ ଖିଣ୍ଡା ମାଟିର ଉନ୍ନତିକରଣ ପାଇଁ ଚେଷ୍ଟା କରାଯିବ, ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆଗାମୀ ନିର୍ବାଚନ ସେ କେଉଁ ସିଟ୍‌ ରୁ ନିର୍ବାଚନ ଲଢ଼ିବେ ତଥା ବିଧାୟକ ଅଥବା ସାଂସଦ ଭାବେ ନିର୍ବାଚନ ଲଢ଼ିବେ ସେ ନେଇ ପ୍ରଶ୍ନ କରାଯିବାରୁ ସେ ଯାହା ଦଳ ନିଷ୍ପତ୍ତି ନେବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହ ବହୁ ବେଜେପି ନେତା ଓ କର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details