ଓଡିଶା

odisha

ETV Bharat / state

ହୀରାକୁଦ ରେଳ ଷ୍ଟେସନ ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ହୀରାକୁଦ ରେଳଷ୍ଟେସନ ନବୀକରଣ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର

ହୀରାକୁଦ ରେଳ ଷ୍ଟେସନ ପୁନର୍ବିକାଶ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅମୃତ ଭାରତ ଯୋଜନା ଅଧିନରେ ରାଜ୍ୟର ୫୭ ରେଳ ଷ୍ଟେସନକୁ ଅନ୍ତର୍ଭୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

foundation stone for redevelopment of hirakud railway station
ହୀରାକୁଦ ରେଳ ଷ୍ଟେସନ ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମ

By

Published : Aug 6, 2023, 8:12 PM IST

ହୀରାକୁଦ ରେଳ ଷ୍ଟେସନ ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମ

ସମ୍ବଲପୁର: ଦେଶର 508ଟି ରେଳ ଷ୍ଟେସନର ନବୀକରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲରେ ଦେଶର 508ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିଛନ୍ତି । ଏଥିରେ ହୀରାକୁଦ ରେଳ ଷ୍ଟେସନ ଥିବାବେଳେ ଏହାର ପୁନର୍ବିକାଶ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି, "ଅମୃତ ଭାରତ ଯୋଜନା ଅଧିନରେ ହେଉଥିବା ନବୀକରଣରେ ରାଜ୍ୟର ୫୭ଟି ଷ୍ଟେସନ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନର ରୂପାନ୍ତରୀକରଣ କରାଯିବ । ବିମାନବନ୍ଦର ଭଳି ଦେଶରେ ରେଳ ଷ୍ଟେସନକୁ ଅତ୍ୟାଧୁନିକ ଷ୍ଟେସନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇ ପାରିନଥିଲା । ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେସନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଭାବନା ରେଳ ଷ୍ଟେସନ ସହ ଯୋଡ଼ି ହୋଇରହିଛି । ତାଙ୍କର ରେଳବାଇ ପ୍ରତି ପ୍ରତିବଦ୍ଧତା ଆଜି ପ୍ରତିଫଳନ ହେଉଛି । ଆଜି ମୋଦି ସରକାରରେ କାଳ ବିଳମ୍ବ ନକରି ରେଳ ପ୍ରକଳ୍ପକୁ କ୍ରିୟାନ୍ୱୟନ କରାଯାଉଛି । ନିକଟରେ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଚୂଡାନ୍ତ ସର୍ଭେ କରିବା ସହ ଡିପିଆର୍ ପ୍ରସ୍ତୁତ କରିବାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିବା ଏହାର ଏକ ନିଚ୍ଛକ ଉଦାହରଣ । ଏହାଦ୍ୱାରା ଶିଳ୍ପ ସମୃଦ୍ଧ ଅନୁଗୁଳ, ତାଳଚେର, ଝାରସୁଗୁଡାର ସହରର ଅର୍ଥନୀତି ଅଭିବୃଦ୍ଧି ହେବ । କୃଷି, ଯାତ୍ରା,ଗମନାଗମନ, ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ । ଏହା ବ୍ୟତୀତ ସମ୍ବଲପୁର ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁ ଏକ୍ସପ୍ରେସର ଚଳାଚଳ, ଅନୁଗୁଳ–ସୁକିନ୍ଦା ନୂଆ ରେଳ ଲାଇନର ଶୁଭାରମ୍ଭ ସହ ଅନେକ ରେଳ ପ୍ରକଳ୍ପକୁ ତ୍ୱରିତ ଗତିରେ ଅନୁମୋଦନ ଦିଆଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ:Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ପ୍ରଥମ ପର୍ଯ୍ୟାୟରେ ନବୀକରଣ ହେବାକୁ ଥିବା ରାଜ୍ୟର ରେଳ ଷ୍ଟେସନ ଗୁଡ଼ିକ ହେଲା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମୁଣ୍ଡଳି, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଝି, ବରଗଡ଼ ରୋଡ୍, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗୀର, ହରିଶଙ୍କର ରୋଡ୍, ଭବାନୀପାଟଣା, ଖରିଆର ରୋଡ୍, ରାଜଗାଙ୍ଗପୁର, ବଡବିଲ, ବାରିପଦା, ଜଳେଶ୍ୱର ଓ ଦାମନଯୋଡ଼ି ଷ୍ଟେସନ୍ । ସାରା ଦେଶରେ 508 ରେଳ ଷ୍ଟେସନର ନବୀକରଣ ପାଇଁ ପାଖାପାଖି 25 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଓଡ଼ିଶାରେ ଏହି ଷ୍ଟେସନର ନବୀକରଣ ପାଇଁ ପ୍ରାୟ 531 କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟରେ ଶତ ପ୍ରତିଶତ ରେଳଲାଇନର ବିଦ୍ୟୁତିକରଣ ହୋଇଛି । ଅପର ପକ୍ଷରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ କେନ୍ଦ୍ରୀୟ ଉଦ୍ୟୋଗ ମାନଙ୍କ ବ୍ୟୟ ବରାଦକୁ ମିଶାଇ ଗତ 9 ବର୍ଷରେ 18 ଲକ୍ଷ 83 ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ସହାୟତା ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ମୋଦି ସରକାରଙ୍କ ପୂର୍ବ ତଥା ୟୁପିଏର ଶେଷ 10 ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର 2 ଲକ୍ଷ 93 ହଜାର କୋଟି ଟଙ୍କା ମିଳିଥିଲା । ରେଳବାଇର ଭିତ୍ତିଭୂମିକୁ ମଜଭୁତ କରି ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details