ଓଡିଶା

odisha

ETV Bharat / state

ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ ପାଇଁ ଉଦ୍ୟମ ହେବ: ଧର୍ମେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan's Sambalpur visit : ସମ୍ୱଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରସିଦ୍ଧ ଚିପିଲିମା ଧନୁଯାତ୍ରାରେ ହେଲେ ସାମିଲ । ଅଧିକ ପଢନ୍ତୁ

ଧନୁଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ଧନୁଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Jan 9, 2024, 11:57 AM IST

Updated : Jan 9, 2024, 2:25 PM IST

ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ ପାଇଁ ଉଦ୍ୟମ ହେବ: ଧର୍ମେନ୍ଦ୍ର

ସମ୍ବଲପୁର:ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଦିନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଏହି ଅବସରରେ ସମ୍ବଲପୁର ଚିପିଲିମାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ଓ ହୀରାକୁଦରେ ଅନୁଷ୍ଠିତ କୁମାର ବିଶ୍ୱାସଙ୍କ କବି ସମ୍ମିଳନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୋମବାର ଦିନ ସମ୍ବଲପୁର ଜିଲ୍ଲାର ଚିପିଲିମାଠାରେ ମାଆ ଘଣ୍ଟେଶ୍ୱରୀ ଧନୁଯାତ୍ରା କମିଟି, ଚିପିଲିମା ପକ୍ଷରୁ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, "ଧନୁଯାତ୍ରା ହେଉଛି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ, ଧାର୍ମିକ ଓ ଲୋକାଭିନୟର ସମାହାର । ଧନୁଯାତ୍ରାର କୌଣସି ଲିଖିତ ପଟ୍ଟକଥା ନଥାଏ, ଯାହା ଏହାର ବିଶେଷତ୍ୱ ଅଟେ ।''

ଏହାମଧ୍ୟ ପଢନ୍ତୁ.. ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ସେ ଆଉ ମଧ୍ୟ କହିଛନ୍ତି ଯେ, ଧନୁଯାତ୍ରା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ମୂଲ୍ୟବୋଧର ଗଭୀର କଥା ଯାହା କଂସ ଦରବାରରୁ ଲୋକଙ୍କ ପାଖରେ ଲୋକଭାଷାରେ ପହଞ୍ଚୁଛି । ଏହା ହିଁ ଭାରତୀୟତା । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ । ଓଡ଼ିଶାର ସଂସ୍କୃତି ଓ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚେଷ୍ଟା କରୁଛନ୍ତି । ଦେଶରେ ପ୍ରଣିତ ନୂତନ ଜାତୀୟ ଶିକ୍ଷା ନୀତିରେ ଧନୁଯାତ୍ରା ଭଳି ଲୋକକଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ସହ ଜାନୁଆରୀ ୨୨ ତାରିଖରେ ଦୀପ ଜାଳିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହୋଇଛି । ଦେଶ ରାମମୟ ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଭବ୍ୟ କରିବା ପାଇଁ ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଆମର ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ।"

ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସମସ୍ତ ନାଗରିକଙ୍କୁ ଦୀପ ଜାଳି ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାପରେ ସେ ସମ୍ବଲପୁର ହୀରାକୁଦରେ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ 'ଡକ୍ଟର କୁମାର ବିଶ୍ୱାସଙ୍କ କବି ସମ୍ମିଳନୀ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 9, 2024, 2:25 PM IST

ABOUT THE AUTHOR

...view details