ଓଡିଶା

odisha

ETV Bharat / state

ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ; ପାଖରେ ଅଚେତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର - କୁଚିଣ୍ଡା ଜଙ୍ଗଲରୁ ଅଜଣା ମୃତଦେହ ଉଦ୍ଧାର

କୁଚିଣ୍ଡା ଡିସନାଡିହି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର । ପାଖରେ ଅଚେତ ଅବସ୍ଥାରେ ପଡିଛନ୍ତି ଜଣେ ମହିଳା । ଅଧିକ ପଢନ୍ତୁ

ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Sep 21, 2023, 12:39 PM IST

Updated : Sep 21, 2023, 5:32 PM IST

ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଠାବ ହେଲା ଗଳିତ ମୃତଦେହ । କୁଚିଣ୍ଡା ଥାନାର ଡିସନାଡିହି ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପାଖରେ ଆଉ ଜଣେ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିବାର ଦେଖାଯାଇଛି । ପୋଲିସ ସେହି ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ପ୍ରାୟ ୨ ଦିନ ତଳୁ ଜଙ୍ଗଲରେ ମୃତଦେହ ପଡିଥିବାର ଜଣାପଡିଛି । ମୃତ ବ୍ୟକ୍ତି ଓ ଅଚେତ୍ ପଡିଥିବା ମହିଳାଙ୍କ ପରିଚୟ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୃତକ କିଏ ? କେମିତି ତାଙ୍କର ମୃତ୍ୟୁ ହେଲା ? ଜଙ୍ଗଲ ଭିତରକୁ ମୃତଦେହ କେମିତି ଆସିଲା ? ଚେତାଶୂନ୍ୟ ଥିବା ମହିଳାଙ୍କ ସହ ତାଙ୍କର ସମ୍ପର୍କ କ'ଣ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ତନାଘନା ଚଳାଇଛି । ତେବେ ମହିଳାଙ୍କ ହୋସ୍ ଆସିବା ପରେ କିଛି ତଥ୍ୟ ମିଳିପାରେ ବୋଲି ଏସଡିପିଓ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ମହିଳଙ୍କ ହୋସ୍ ନଆସିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଛି । ସେ ସୁସ୍ଥ ହେବା ପରେ ପରିଚୟ ମିଳିପାରିବ ।

ଏହାମଧ୍ୟ ପଢନ୍ତୁ: ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା

ସେପଟେ ସାଇଣ୍ଟିଫିକ ଟିମ୍ ଜଙ୍ଗଲରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତ ଯାଞ୍ଚ କରିଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରାରୁ ଜଣାପଡିଛି ଯେ, ଚାରି ପାଞ୍ଚ ଦିନ ପୂର୍ବରୁ ଏହି ମହିଳା ଓ ପୁରୁଷ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲେ l ତେବେ କେଉଁ ପରିସ୍ଥିତିରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହେଲା ? ଏହା ହତ୍ୟା ନା ଆଉ କିଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ଏହାମଧ୍ୟ ପଢନ୍ତୁ: ଗାନ୍ଧି ମାର୍ଗରେ ମୃତଦେହ: ହିଟ୍ ଆଣ୍ଡ ରନ୍ ନା ପ୍ରି ପ୍ଲାନ୍ ମର୍ଡର ? ବଢିଲା ସନ୍ଦେହ

ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା । ମହିଳା ନିଖୋଜ ହୋଇଯିବାରୁ ତାଙ୍କର ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Sep 21, 2023, 5:32 PM IST

ABOUT THE AUTHOR

...view details