ସମ୍ବଲପୁର:ସମ୍ବଲପୁର ସର୍କଲ୍ ଜେଲ୍ରୁ ବିଚାରଧୀନ କଏଦୀ ଫେରାର ଘଟଣା l ଏହି ଘଟଣାରେ 2 ଜଣ କର୍ମଚାରୀ ନିଲମ୍ବିତ । ତେବେ ସମ୍ବଲପୁର ସର୍କଲ ଜେଲ୍ରୁ ଏକ ବିଚାରାଧୀନ କଏଦୀ ଫେରାର ମାମଲାରେ ଜେଲର ଡିଜି ରିପୋର୍ଟ ତଲବ କରିଥିଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ସମ୍ବଲପୁର ଜେଲ ଅଧିକ୍ଷକଙ୍କୁ ପ୍ରଦାନ କରାଯିବା ପରେ 2 ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତେବେ କାର୍ଯ୍ୟରେ ଅବହେଳା କରିଥିବାରୁ ମୁଖ୍ୟ ୱାର୍ଡର ପ୍ରମୋଦ ବୁଡେଜ ଏବଂ ସଞ୍ଜୟ ଡୁଙ୍ଗଡୁଙ୍ଗଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏକ ମାମଲା ରୁଜୁ କରି ଧନୁପାଲି ପୋଲିସ ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଶୁକ୍ରବାର ଦିନ କଏଦୀ ସଞ୍ଜୀବ କିଷାନ କୌଣସି ପ୍ରକାରରେ ଜେଲରୁ ଫେରାର ହୋଇଯାଇଥିଲା । ତେବେ ଫେରାର କଏଦୀ ଜଣକ ଜେଲ ଭିତରର କେଉଁ ସ୍ଥାନରୁ ପୁରୁଣା କୋଠାକୁ ଚଢି ଫେରାର ହୋଇଛନ୍ତି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାହାର ଅନୁଧ୍ୟାନ କରିଛି l ୨୨ ଫୁଟ୍ ଉଚ୍ଚ ବାଡ଼ ଡେଇଁ କଏଦୀ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ କରୁଥିବା ନେଇ ଧନୁପାଲି ଥାନା ଅଧିକାରୀ କହିଛନ୍ତି l ଏସବୁ ଭିତରେ ଭିତରେ କେଉଁ ତ୍ରୁଟି ଯୋଗୁଁ କଏଦୀ ଫେରାର ହେବାରେ ସକ୍ଷମ ହେଲା ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି l ସେହିପରି ଜେଲ ଭିତର ଗତିବିଧିକୁ ନଜର ଗଖିବାକୁ ଦୁଇଟି ୱାଚ୍ ଟାୱାର ଥିବା ବେଳେ କେଉଁ ପରିସ୍ଥିତିରେ କିଛି ଜଣା ପଡିଲାନି ତାହା ସ୍ପଷ୍ଟ ହୋଇନି l ଅନ୍ୟପଟେ ବାହାର ପଟକୁ ନଜର ରଖିବାକୁ ଆଉ ଦୁଇଟି ୱାଚ ଟାୱାର ରହିଛି l ଏଥିରେ କିନ୍ତୁ କୌଣସି କର୍ମଚାରୀ ନଥିବା ଜଣା ପଡିଛି ।