ଓଡିଶା

odisha

By

Published : Nov 28, 2022, 6:45 AM IST

ETV Bharat / state

Under 19 Cooch Behar Trophy: ହରିୟାଣା ୨୭୨ ରନରେ ଆଗୁଆ

ସମ୍ବଲପୁର VSS ଷ୍ଟାଡିୟମରେ ଜାରି ରହିଛି ୧୯ ବର୍ଷରୁ କମ କୁଚ ବେହାର ଟ୍ରଫି (Under 19 Cooch Behar Trophy) କ୍ରିକେଟ ମ୍ୟାଚ । ଦ୍ବିତୀୟ ଦିନ ଶେଷ ସୁଦ୍ଧା ଦମଦାର ଖେଳ ପ୍ରଦର୍ଶନ କରି ହରିୟାଣା ୫ ୱିକେଟ ହରାଇ ୪୬୬ ରନ୍‌ ସଂଗ୍ରହ କରିଛି । ଅଧିକ ପଢ଼ନ୍ତୁ

Under 19 Cooch Behar Trophy: ହରିୟାଣା ୨୭୨ ରନରେ ଆଗୁଆ
Under 19 Cooch Behar Trophy: ହରିୟାଣା ୨୭୨ ରନରେ ଆଗୁଆ

ସମ୍ବଲପୁର: VSS ଷ୍ଟାଡିୟମରେ ଜାରି ରହିଛି ୧୯ ବର୍ଷରୁ କମ କୁଚ ବେହାର ଟ୍ରଫି (Under 19 Cooch Behar Trophy) କ୍ରିକେଟ ମ୍ୟାଚ । ଗତ ଶନିବାର ଓଡିଶା ଦଳ ୧୯୪ ରନରେ ଅଲ୍‌ ଆଉଟ ହେବା ପରେ ବ୍ୟାଟିଂ ଆରମ୍ଭ କରିଥିଲା ହରିୟାଣା । ତେବେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ଦମଦାର ଖେଳ ପ୍ରଦର୍ଶନ କରି ହରିୟାଣା ୫ ୱିକେଟ ହରାଇ ୪୬୬ ରନ୍‌ ସଂଗ୍ରହ କରିଛି ।

Under 19 Cooch Behar Trophy: ହରିୟାଣା ୨୭୨ ରନରେ ଆଗୁଆ

୧୯ ବର୍ଷରୁ କମ କୁଚ ବେହାର ଟ୍ରଫି (Under 19 Cooch Behar Trophy) କ୍ରିକେଟ ମ୍ୟାଚରେ ହରିୟାଣା ଦଳର ଖେଳାଳୀ ଦମଦାର ବ୍ୟାଟିଂ କରିଛନ୍ତି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ହରିୟାଣା ଦଳ ୫ ୱିକେଟ ହରାଇ ୪୬୬ ରନ କରିଛି । ଦଳର ୨ ଜଣ ବ୍ୟାଟର ଶତକ ହାସଲ କରିଥିବାବେଳେ ୩ ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଛନ୍ତି । ହରିୟାଣା ପକ୍ଷରୁ ଓପ୍‌ନର ମୟଙ୍କ ସାନ୍ଦୀଲ୍ୟ ୧୨୯ ରନର ଚିତାକର୍ଷକ ଶତକ ହାସଲ କରି ଆଉଟ ହୋଇଥିଲେ । ଦଳର ମଧ୍ୟକ୍ରମ ବ୍ୟାଟର ସର୍ଭେସ ରୋହିଲା ୧୧୮ ରନରେ ନଟ୍‌ ଆଉଟ୍‌ ଅଛନ୍ତି । ଅନ୍ୟପଟେ ଦଳ ପକ୍ଷରୁ ସାମନ୍ତ ଝାକର ୫୦, ନିଶାନ୍ତ ସିନ୍ଧୁ ୬୩ କରି ଆଉଟ ହୋଇଥିବାବେଳେ ୟଶବର୍ଦ୍ଧନ ଦଳାଇ ୮୬ରେ ନଟ୍‌ ଆଉଟ୍‌ ଅଛନ୍ତି । ଏଭଳି ଭାବେ ମ୍ୟାଚ୍‌ରେ ହରିୟାଣା ଦଳ ୨୭୨ ରନରେ ଆଗୁଆ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦

ଓଡିଶା ପକ୍ଷରୁ ରିତେଶ ପ୍ରିୟରଞ୍ଜନ ୮୮ ରନ ବ୍ୟୟରେ ଗୋଟିଏ ୱିକେଟ, ସାଇଦୀପ ମହାପାତ୍ର ୬୧ ରନ ବ୍ୟୟରେ ଗୋଟିଏ ୱିକେଟ ଓ ଅଭିନବ ନନ୍ଦ ୫୬ ରନ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି । ସେହିଭଳି ସ୍ବୟଂ ରାଉତରାୟ ୧୦୦ ରନ ବ୍ୟୟରେ ୨ ୱିକେଟ ହାସଲ କରିଥିଲେ । ପ୍ରଥମ ଦିନରେ ଓଡିଶା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୭୩.୪ ଓଭରରେ ୧୯୪ ରନ କରି ଅଲ୍‌ ଆଉଟ୍‌ ହୋଇଥିଲା ଓଡ଼ିଶା । ଏହାପରେ ହରିୟାଣା ଦଳ ୧୬ ଓଭରରେ କୌଣସି ୱିକେଟ ନହରାଇ ୭୮ ରନ ସଂଗ୍ରହ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details