ଓଡିଶା

odisha

ETV Bharat / state

ବୁର୍ଲାରେ 800 ରୋଗୀ ସମ୍ପର୍କୀୟଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଉଛି ତ୍ୟାଗ - ତ୍ୟାଗ ଅନୁଷ୍ଠାନ

ଲକଡାଉନ କାରଣରୁ ବୁର୍ଲା ଭିମସାରରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ବଢିଯାଇଛି । ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟପେୟ ଯୋଗାଉଛି ସ୍ବେଚ୍ଛାସେବୀ ସଙ୍ଗଠନ ତ୍ୟାଗ । ଅଧିକ ପଢନ୍ତୁ...

sambalpur
ବୁର୍ଲାରେ 800 ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରତି ଦିନ ଖାଦ୍ୟ ଯୋଗାଉଛି ତ୍ୟାଗ

By

Published : Apr 26, 2020, 11:41 AM IST

ସମ୍ବଲପୁର: ମହାମାରି କୋରୋନାକୁ ପ୍ରତିହତ କରିବା ପାଇଁ ଏବେ ସାରା ଦେଶରେ ଲାଗୁ ହୋଇଛି ଦ୍ୱିତୀୟ ପଯ୍ୟାୟ ଲଗଡାଉନ । ଏହି ଲକଡାଉନ ପରିସ୍ଥିତିରେ ବିଭିନ୍ନ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ବହୁ ସାମାଜିକ ସଂଗଠନ ।

ବୁର୍ଲାରେ 800 ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରତି ଦିନ ଖାଦ୍ୟ ଯୋଗାଉଛି ତ୍ୟାଗ

ତେବେ ଏହି ଭଳି ପ୍ରତିକୂଳ ପରିସ୍ଥିତିରେ ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ଵ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ବୁର୍ଲା ଭିମସାରରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ବଢିଯାଇଛି । କାରଣ ଲକଡାଉନ ଯୋଗୁଁ ମେଡିକାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟପେୟ ପାଇଁ ବହୁ ସମସ୍ୟା ହେଉଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବୁର୍ଲା ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ତ୍ୟାଗ ଆଗକୁ ଆସିଛି ।

ବୁର୍ଲାରେ 800 ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରତି ଦିନ ଖାଦ୍ୟ ଯୋଗାଉଛି ତ୍ୟାଗ

ତ୍ୟାଗ ଅନୁଷ୍ଠାନ ପକ୍ଷରୁ ଲକଡାଉନ ହେବା ଦିନଠାରୁ ମେଡିକାଲରେ ଥିବା ୮୦୦ ରୋଗୀଙ୍କ ସମ୍ପର୍କୀୟ ଲୋକଙ୍କୁ ପ୍ରତିଦିନ ସଂଧ୍ୟାରେ ରନ୍ଧାଖାଦ୍ୟ ଯୋଗେଇ ଦିଆଯାଉଛି । ଏଥିସହ ରନ୍ଧାଖାଦ୍ୟ ବିତରଣ ସମୟରେ ଲୋକଙ୍କ ମଧ୍ୟରେ ଯେଭଳି ସାମାଜିକ ଦୁରତ୍ୱ ରହିବ ସେନେଇ ତ୍ୟାଗର ସଭ୍ୟ ମାନେ ବେଶ ଯତ୍ନ ନେଉଛନ୍ତି ।

ଲକଡାଉନ ପରିସ୍ଥିତି ସ୍ୱଭାବିକ ନହେବା ଯାଏଁ ଏହି ସେବା କାଯ୍ୟ ଯାରି ରଖିବ ବୋଲି ତ୍ୟାଗ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details