ସମ୍ବଲପୁର: ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ସାପ କାମୁଡ଼ାରେ 2 ଭଉଣୀଙ୍କ ମୃତ୍ୟୁ ହୋଇଛି। ଗତ ବିଳମ୍ବିତ ରାତ୍ରୀ ପ୍ରାୟ 3 ଟା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ ଆଶ୍ରିତା ସରେନଙ୍କ ଝିଅ ଲଳିତା ସୋରେନ(9) ଓ ସସ୍ମିତା ସୋରେନ(11)।
ସାପ କାମୁଡ଼ାରେ 2 ଭଉଣୀ ମୃତ - ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁ
ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ସାପ କାମୁଡ଼ାରେ 2 ଭଉଣୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ସାପ କାମୁଡ଼ାରେ 2 ଭଉଣୀ ମୃତ
ସାପ କାମୁଡ଼ାରେ 2 ଭଉଣୀ ମୃତ
ଗତରାତ୍ରୀରେ ଏମାନେ ଘରେ ଶୋଇଥିବା ବେଳେ ଉଭୟଙ୍କୁ ଏକ ବିଷଧର ସାପ କାମୁଡିଥିଲା। ତେବେ ପ୍ରଥମେ ଗାଁ ଲୋକେ ସ୍ଥାନୀୟ ଅଞ୍ଚଳରେ ଝଡ଼ା ଫୁଙ୍କା କରିଥିଲେ। ପରେ ଉଭୟ ଝିଅଙ୍କୁ ରେଢ଼ାଖୋଲ ହସ୍ପିଟାଲ ନେଇଥିଲେ। ତେବେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ