ସମ୍ବଲପୁର:ପୋଲିସର ଦାଦାଗିରି । ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ତେବେ ସମ୍ବଲପୁରର ଅଇଁଠାପାଲି ଥାନା ଆନ୍ତର୍ଗତ ପାଞ୍ଚଗୋଛିଆର ସାହାବୁଦ୍ଦିନ ଖାନ ନାମକ ଜଣେ ଦୋକାନୀର ପାନ ଦୋକାନରୁ ଲୁଟ୍ ହୋଇଥିବା ଅଇଁଠାପାଲି ଥାନା ଅଭିଯୋଗ ହୋଇଥିଲା । ଆଇପିସିର ଧାରା-394ରେ ଅଇଁଠାପାଲି ପୋଲିସ ପ୍ରଥମେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହି ଘଟଣା ନେଇ ପରେ ଜଣାପଡିବା ପରେ ୨ପୋଲିସ କର୍ମଚାରୀ ସମେତ 5 ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ପୋଲିସ ।
ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାରେ କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ସୂଚନା ଅନୁଯାୟୀ, ଜିଲ୍ଲାର ଅଇଁଠାପାଲି ଥାନା ପାଞ୍ଚଗୋଛିଆ ନିକଟରେ ଥିବା ସାହାବ ଉଦ୍ଦିନ ଖାନଙ୍କ ପାନ ଦୋକାନ ରହିଛି । ତେବେ ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଜଣ ଯୁବକ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । ପରେ ବରେଇପାଲିର 2 ପୋଲିସ କର୍ମଚାରୀଙ୍କୁ ସେମାନେ ଫୋନ କରି ଡାକିଥିଲେ । ମାହାବୁଦ୍ଦିନଙ୍କ ପାନ ଦୋକାନଟି ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ବେଳେ ବରେଇପାଲି ଥାନାରେ କାର୍ଯ୍ୟରତ 2 ପୋଲିସ କର୍ମଚାରୀ ସଚ୍ଚିଦ୍ର ପୃସେଟ ଓ ମୁରଲୀ ବେହେରା ପାନ ଦୋକାନକୁ ଆସି ଗାଳିଗୁଲଜ କରିଥିଲେ । ସେ ବିରୋଧ କରିବାରୁ ସମସ୍ତେ ଦୋକାନର ଭଙ୍ଗାରୁଜା କରିବା ସହ ଜିନିଷପତ୍ର ଫୋପାଡ଼ି ଦେଇ ଥିଲେ । ତାପରେ ସେମାନେ ସମସ୍ତେ ବଳପୂର୍ବକ 4500 ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।