ସୁନ୍ଦରଗଡ: ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଅଘଟଣ । ପରିବାର ଓ ବନ୍ଧୁଙ୍କ ସହ ବଣଭୋଜି କରିବାକୁ ଯାଇ ନଦୀରେ ବୁଡି ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । କୋଏଲ ନଦୀର ତେତରକେଲା ଘାଟରେ ଘଟିଛି ଏହି ଦୁଃଖଦ ଘଟଣା ।
ବଣଭୋଜି କରିବାକୁ ଆସି କୋଏଲ ନଦୀରେ ଅଘଟଣ; ଜଣେ ମୃତ, ଜଣେ ନିଖୋଜ - କୋଏଲ ନଦୀ ବୁଡିଯିବା ଘଚଣା
ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଅଘଟଣ । ପରିବାର ଓ ବନ୍ଧୁଙ୍କ ସହ ବଣଭୋଜି କରିବାକୁ ଯାଇ ନଦୀରେ ବୁଡି ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । କୋଏଲ ନଦୀର ତେତରକେଲା ଘାଟରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...
ବିଶ୍ରା ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ବେଳେ ଭିକି ଶର୍ମା ନାମକ ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର କରିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ସୂଚନା ମୁତାବକ ତିନିଜଣ ବୁଡି ଯାଇଥିଲେ । ଘଟଣା ଘଟିବା ପରେ ପ୍ରଥମେ ଝିରପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାତ୍ର, ଏବେ ବିଶ୍ରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ସହ ଭୋଜି କରୁଥିବା ବେଳେ ଏହି ବ୍ୟକ୍ତିମାନେ ନଦୀର ଗାଧୋଉଥିଲେ । ଠିକ ସେତିକି ବେଳେ ଏହି ଦୁଃଖଦ ଘଟଣା ଘଟିଛି ବୋଲି ବିଶ୍ରା ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ