ଓଡିଶା

odisha

ETV Bharat / state

ଡିନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ଭରୁଛନ୍ତି ଫାଇନ, ଅଭିଯୋଗ ଆଣିଲା ଆଦିବାସୀ ଦଳିତ ସେନା

ବୁର୍ଲା ମେଡିକାଲର ଡିନଙ୍କ ଭୁଲର ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ । ଅକାରଣରେ ଦେବାକୁ ପଡିଛୁ ଫାଇନ । ଅଧିକ ପଢନ୍ତୁ

ଡିନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ଭରୁଛନ୍ତି ଫାଇନ, ଅଭିଯୋଗ ଆଣିଲା ଆଦିବାସୀ ଦଳିତ ସେନା
ଡିନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ଭରୁଛନ୍ତି ଫାଇନ, ଅଭିଯୋଗ ଆଣିଲା ଆଦିବାସୀ ଦଳିତ ସେନା

By

Published : Mar 3, 2023, 10:44 PM IST

ଡିନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ଭରୁଛନ୍ତି ଫାଇନ, ଅଭିଯୋଗ ଆଣିଲା ଆଦିବାସୀ ଦଳିତ ସେନା

ସମ୍ବଲପୁର: ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଭୀମସାର ଡିନଙ୍କ ନାମରେ ଅଭିଯୋଗ l ବୁର୍ଲା ଭୀମସାର ମେଡିକାଲର ଡିନ ମେଡିକାଲ ଛାତ୍ରଛାତ୍ରୀଙ୍କ ପ୍ରତି ଅକାରଣରେ ଅବହେଳା କରିଥିବା ଅଭିଯୋଗ କରିଛି ଓଡିଶା ଆଦିବାସୀ ଦଳିତ ସେନା ସମ୍ବଲପୁର l ପରୀକ୍ଷା ପରିଚାଳନାରେ ଡିନଙ୍କ ଅବହେଳା ଯୋଗୁଁ ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଭୁଲ ନଥାଇ ମଧ୍ୟ ଛାତ୍ର ଛାତ୍ରୀ ଫାଇନ ଦେଇଛନ୍ତି ବୋଲି ଅଭିଯୋଗ କରିଛି ଓଡିଶା ଆଦିବାସୀ ଦଳିତ ସେନା ସମ୍ବଲପୁର l ଏନେଇ ଆଜି ଆଦିବାସୀ ଦଳିତ ସେନା, ସମ୍ବଲପୁର ପକ୍ଷରୁ ଭୀମସାରର ଡିନଙ୍କ ବିରୁଦ୍ଧରେ ସମ୍ବଲପୁର RDC ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l

ବୁର୍ଲା ମେଡିକାଲର ଡିନଙ୍କ ଭୁଲର ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ l ଅକାରଣରେ ଦେବାକୁ ପଡିଛୁ ଫାଇନ l ଡାକ୍ତରୀ ଛାତ୍ରଙ୍କ ପ୍ରଥମ ପ୍ରଫେସନାଲ MBBS ପରୀକ୍ଷା ପାଇଁ ବିନା ଫାଇନରେ ଫର୍ମ ପୂରଣର ଶେଷ ତାରିଖ ଗତ 09.01.2023 ରେ ଥିଲା l ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲେଟର ନମ୍ବର 05647 /EG-V ତାରିଖ 22.12.2022 ରେ ଭୀମସାର ମେଡିକାଲର ଡିନଙ୍କୁ ମେଲ ଓ ସ୍ପିଡ ପୋଷ୍ଟ ଜରିଆରେ ଅବଗତ କରେଇଥିଲେ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଭୀମସାର ମେଡିକାଲର ଡିନ ଏହା ଦେଖି ନଥିଲେ ଓ କୌଣସି ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ନୋଟିସ ଜରିଆରେ ସୂଚନା ମଧ୍ୟ ଦେଇନଥିଲେ l ତେଣୁ ଛାତ୍ର ଛାତ୍ରୀ ଏନେଇ କିଛି ଜାଣି ପାରିଲେ ନାହିଁ l ତେବେ ଭୀମସାର ମେଡିକାଲ ଡିନ ଯେତେବେଳେ ଏହା ଜାଣିଲେ ସେତେବେଳକୁ ବିନା ଫାଇନରେ ଫର୍ମ ଦାଖଲ ର ତାରିଖ ଶେଷ ହୋଇ ସାରିଥିଲା l ଆଉ ଛାତ୍ର ଛାତ୍ରୀ ଙ୍କୁ 500 ଟଙ୍କା ର ଫାଇନ ଦେଇ ଶେଷରେ ଫର୍ମ ଦାଖଲ କରିବାକୁ ପଡିଥିଲା l ଏହିଭଳି ସ୍ଥିତିରେ ମୁଖ୍ୟତଃ ଆଦିବାସୀ ଛାତ୍ରଛାତ୍ରୀ ମାନେ ବେଶୀ ପ୍ରଭାବିତ ହୋଇଥିଲେ ବୋଲି ଅଭିଯୋଗ କରିଛି ଓଡିଶା ଆଦିବାସୀ ଦଳିତ ସେନା l ତେଣୁ ଡିନଙ୍କ ଏହି ଭୁଲ ଓ ଅବହେଳା ପାଇଁ ଡିନ ଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଦିବାସୀ ଦଳିତ ସେନା ଲିଖିତ ଭାବେ ଦାବି କରିଛି l

ଏନେଇ ଆଜି ଆଦିବାସୀ ଦଳିତ ସେନାର ସଭାପତି ପ୍ରଶାନ୍ତ କୁମାର ହାଓ ଙ୍କ ନେତୃତ୍ୱରେ ସେନାର ଶହ ଶହ ସଦସ୍ୟ ଙ୍କ ସହ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଡିନଙ୍କ ବିରୋଧରେ ନାରାବାଜି କରିଥିଲେ l ଏହାପରେ ଏକ ଶୋଭାଯାତ୍ରାରେ ଉତ୍ତରାଞ୍ଚଳ RDC ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଭୀମସାରର ଗଭର୍ଣ୍ଣିଙ୍ଗ ବଡି ର ଚେୟାରମ୍ୟାନ RDC ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏହି ଦାବି ପତ୍ରର ଏକ ନକଲ ଓଡିଶା ST/SC କମିଶନ, ଭୁବନେଶ୍ୱର ଓ ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କୁ ମଧ୍ୟ ପ୍ରଦାନ କରାଯାଇଛି l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details