ସମ୍ବଲପୁର: ଆଗକୁ ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟିଗୁଡ଼ିକର ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହି ପାର୍ବଣରେ ସମ୍ବଲପୁର ସହରର ମୁଖ୍ୟରାସ୍ତାଗୁଡିକର ଦୁରାବସ୍ଥା ଏବେ ଲୋକଙ୍କ ମୁଣ୍ଡବଥାର କାରଣ ସାଜିଛି । ମୁଖ୍ୟତଃ ସହରର ବିଭିନ୍ନ ରାସ୍ତା ସମ୍ପ୍ରସାରଣ ଓ ସ୍ବେରେଜ୍ କାମ ଚାଲିଥିବା ବେଳେ ଅଧାପନ୍ତରିଆ ହୋଇ ପଡିରହିଛି । ଏହି କାର୍ଯ୍ୟ କରୁଥିବା ସଂସ୍ଥାର ଅବହେଳା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ସହର ପ୍ରମୁଖ ରାସ୍ତାଗୁଡିକର ସମ୍ପ୍ରସାରଣ ଜାରି ରହିଥିବା ବେଳେ ସ୍ବେରେଜ କାମ ମଧ୍ୟ ଜାରି ରହିଛି l ଫଳରେ କେତେକ ସ୍ଥାନରେ ରାସ୍ତା ଉପରେ ମାଟି ପଡି ରହିଥିବା ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଉଛି l ଅନ୍ୟପଟେ କେତେକ ରାସ୍ତାର ଧୂଳି ଉଡ଼ି ପ୍ରଦୂଷଣ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟରେ ଏହି ରାସ୍ତା ଦେଇ ଯାଉଥିବା ବେଳେ ଏହିଭଳି ସମସ୍ୟା ଭୋଗି ଆସୁଛନ୍ତି ।
ଏହା ମଧ୍ୟ ପଢନ୍ତୁ...LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ