ଓଡିଶା

odisha

ETV Bharat / state

ହୀରାକୁଦରେ ଜମୁଛି ପିକନିକ: ବୋଟିଂ ମଜା ନେଉଛନ୍ତି ପର୍ଯ୍ୟଟକ - ହୀରାକୁଦ ଜଳଭଣ୍ଡାର

ପର୍ଯ୍ୟଟନ ଋତୁର ଭରପୂର ମଜା ନେଉଛନ୍ତି ପର୍ଯ୍ୟଟକ । ଚଳିତ ବର୍ଷ ଠାରୁ ହୀରାକୁଦରେ ମିଳୁଛି ବୋଟିଂର ସୁବିଧା । ଏହାର ସୁଯୋଗକୁ କେହି ହାତ ଛଡା କରୁନାହାଁନ୍ତି । ଅଧିକ ପଢନ୍ତୁ..

PHOTO
ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ

By

Published : Dec 21, 2019, 10:20 PM IST

ସମ୍ବଲପୁର: ଚାଲିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁର ଭରପୂର ମଜା ନେଉଛନ୍ତି ପର୍ଯ୍ୟଟକ । ଫଳରେ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ରାଜ୍ୟର ପ୍ରମୁଖ ଏକ ପର୍ଯ୍ୟଟନସ୍ଥଳୀ ହେଉଛି ସମ୍ବଲପୁର ଜିଲ୍ଲାର ଦେବ୍ରୀଗଡ ଅଭୟାରଣ୍ୟ । ପାଖରେ ଅଛି ହୀରାକୁଦ ଜଳଭଣ୍ଡାର ବିସ୍ତିର୍ଣ୍ଣ ଜଳରାଶି । ଚଳିତ ବର୍ଷ ଠାରୁ ଏଠାରେ ମିଳୁଛି ବୋଟିଂର ସୁବିଧା । ଫଳରେ ପର୍ଯ୍ୟଟକଙ୍କ ଭିଡ ଜମୁଛି ଏଠାରେ ।

ଜଳଭଣ୍ଡାରରେ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ


ପର୍ଯ୍ୟଟନ ଋତୁରେ ହୀରାକୁଦ ଜଳଭଣ୍ଡାରରେ ବୋଟିଂ ର ମଜା ନେଉଛନ୍ତି ପର୍ଯ୍ୟଟକ । ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଜଣାପଡିଛି । ମୁଖ୍ୟତଃ ଦେବ୍ରୀଗଡ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାର ନୀଳ ଜଳ ରାଶିରେ ବୋଟିଂର ମଜା ନେବାକୁ ଭୁଲି ନାହାଁନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ଲାଇଫ ଜ୍ୟାକେଟ ଯୋଗାଇ ଦେଉଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ଏହି ସ୍ଥାନରେ ବୋଟିଂ ସେବା ଆରମ୍ଭ ହୋଇଥିଲା ।

ବର୍ତ୍ତମାନର wildlife ଡିଏଫଓ ସନତ କୁମାରଙ୍କ ଉଦ୍ୟମରେ ଏହି ସେବା ଆରମ୍ଭ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଇଛି । ଡିଏଫଙ୍କ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ଏଠାରେ ମୋଟ 52 ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ବେଳେ ଏଥର ବର୍ତ୍ତମାନ ସୁଦ୍ଧା 45 ଲକ୍ଷ ଟଙ୍କା ସଂଗ୍ରହ ହୋଇସାରିଛି ।


ଆଗାମୀ ଦିନରେ ଏହାର ଉନ୍ନତିକରଣ ପାଇଁ ଆହୁରି ପଦକ୍ଷେପ ନିଆଯିବ ବୋଲି ଡିଏଫଓ କହିଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details