ଓଡିଶା

odisha

ETV Bharat / state

ସମ୍ବଲପୁର ଇକୋ ରିଟ୍ରଟ ସ୍ଥଳ ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ - ପର୍ଯ୍ୟଟନ ମନ୍ତ୍ରୀ

ମଙ୍ଗଳବାର ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମ୍ବଲପୁର ଇକୋ ରିଟ୍ରଟ ସ୍ଥଳ ପରିଦର୍ଶନ କରି ଏହାର ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

Tourism Minister visited Sambalpur-Eco Retreat site on Tuesday
ସମ୍ବଲପୁର ଇକୋ ରିଟ୍ରଟ ସ୍ଥଳ ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ

By

Published : Nov 17, 2020, 6:36 PM IST

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ନିକଟସ୍ଥ ଜମାଦାରପାଲିରେ ଡିସେମ୍ବର 8 ତାରିଖରୁ 3 ମାସ ଧରି ଇକୋ ରିଟ୍ରିଟ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ତେବେ ଏଥିଲାଗି ଉକ୍ତ ସ୍ଥଳକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।

ଆସନ୍ତା ଡିସେମ୍ବର 8 ତାରିଖରୁ 3 ମାସ ଧରି ଜମାଦାରପାଲିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 25ଟି କଟେଜର ନିର୍ମାଣ କରାଯାଇଛି । ଏହି କଟେଜର ବ୍ୟବସ୍ଥା 3ଟି ବର୍ଗରେ ବିଭକ୍ତ କରାଯାଇ ଏହାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଏଠାରେ ରାତ୍ରୀ ରହଣି ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଆ ତଥା ଆଞ୍ଚଳିକ ଖାଦ୍ୟର ମଜା ନେଇ ପାରିବେ।

ହୀରାକୁଦ ଜଳ ଭଣ୍ଡାରରେ ବୋଟିଂ ଓ ସାଇକେଲିଂ କରିବା ସହ ଆଖ ପାଖର ପର୍ଯ୍ୟଟନସ୍ଥଳୀର ପରିଦର୍ଶନ କରିପାରିବେ। ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା, ଏସପି କେ.ବି ସିଂ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁରର ପୂର୍ବତନ ବିଧାୟକା ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଡି.ଏଫ.ଓ ସଞ୍ଜିତ କୁମାର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details