ଓଡିଶା

odisha

ETV Bharat / state

Tomato Price Hike: ପୁଣି ଆକାଶଛୁଆଁ ଟମାଟୋ ଦର, କିଲୋ ପିଛା 200

ସମ୍ବଲପୁର ବଜାରରେ ପୁଣି ଆକାଶଛୁଆଁ ଟମାଟୋ ଦର । ଏବେ ବଜାରରେ 200 ଟଙ୍କାରେ ବିକ୍ରି ହେଉଛି କେଜିଏ ଟମାଟୋ । ଅଧିକ ପଢନ୍ତୁ

Tomato Price Hike
Tomato Price Hike

By

Published : Jul 17, 2023, 6:26 PM IST

Updated : Jul 17, 2023, 6:33 PM IST

Tomato Price Hike: ପୁଣି ଆକାଶଛୁଆଁ ଟମାଟୋ ଦର, କିଲୋ ପିଛା 200

ସମ୍ବଲପୁର: ପୁଣି ଟମାଟୋ ଦର ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ ସମ୍ବଲପୁରର ରିଟେଲ ମାର୍କେଟରେ ଟମାଟୋ କିଲୋ ପ୍ରତି 150ରୁ 200ଟଙ୍କା ପ୍ରତି କେଜି ବିକ୍ରି ହେଉଛି । ବର୍ଷା ଯୋଗୁଁ ଫସଲ ହାନି ତଥା ସ୍ଥାନୀୟ ଅଞ୍ଚଳରେ ଉତ୍ପାଦନ ନଥିବାରୁ ଏହିଭଳି ପରିସ୍ଥିତି ହୋଇଥିବା ବ୍ୟବସାୟୀ କହିଛନ୍ତି । ଜିଲ୍ଲା ଯୋଗାଣ ବିଭାଗର ଭିନ୍ନ ଦର ଧାର୍ଯ୍ୟ ହୋଇଥିବା ବେଳେ ବଜାର ଦର ଭିନ୍ନ ରହୁଛି । ଏପଟେ ଏଭଳି ପରିସ୍ଥିତିରେ ବିଗିଡି ଯାଇଛି ଗୃହିଣୀଙ୍କ ରୋଷେଇ ଘରର ବଜେଟ ।

ଗ୍ରାହକଟିଏ ଯେଉଁଠି ପୂର୍ବରୁ 2 କେଜି ଟମାଟୋ ବ୍ୟାଗରେ ନେଇ ଯାଉଥିଲା ବର୍ତ୍ତମାନ ସେଠି 250 ଗ୍ରାମ ଟମାଟୋ କିଣିବାକୁ ଭୟ ଲାଗୁଛି । ତେଣୁ କିଛି ଲୋକ ଟମାଟୋ ଘରକୁ ନେବାକୁ ଭୁଲି ଗଲେଣି । ଅନ୍ୟପଟେ ଶ୍ରାବଣ ମାସରେ ଅଧିକାଂଶ ଲୋକେ ଘରକୁ ଆମିଷ ନେଉନଥିବା ପନିପରିବା ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ଏହାର ପ୍ରଭାବରେ ବର୍ତ୍ତମାନ ଟମାଟୋ ଭଳି ଅନ୍ୟ ପରିବାର ଦର ବି ହ୍ରାସ ହେବାର ନାଁ ନେଉନାହିଁ । ସମ୍ବଲପୁର ସହରର ଅଇଁଠାପାଲି ଛକ, ବୁଢାରଜା ଅଞ୍ଚଳ ଓ ଗୋଲ ବଜାର ମାର୍କେଟ ଅଞ୍ଚଳରେ 200 ଟଙ୍କା ଦରରେ ଟମାଟୋ ବିକ୍ରି ହେଉଥିବା ଗ୍ରାହକ କହିଛନ୍ତି ।

ଏହା ବି ପଢନ୍ତୁ- ଟମାଟୋ ବିକି ହେଲେ କୋଟିପତି, ମାସକରେ ରୋଜଗାର କଲେ ଦେଢ଼ କୋଟି

ଏଭଳି ସ୍ଥିତିରେ 20 ଟଙ୍କାରେ କେଜିଏ ଟମାଟୋ କିଣୁଥିବା ମଣିଷଟିଏ ଆଉ ଟମାଟୋ କିଣିବାକୁ ସାହସ କରିପାରୁନି । ଯିଏ କିଣୁଛି ସେ 250 ଗ୍ରାମ ନେଇ ସନ୍ତୁଷ୍ଟ ହେବାକୁ ପଡୁଛି । ଅନ୍ୟପଟେ ସ୍ଥାନୀୟ ବ୍ୟବସାୟୀଙ୍କ କହିବା କଥା ହେଲା ସମ୍ବଲପୁରକୁ ମୁଖ୍ୟତଃ ନାସିକରୁ ଟମାଟୋ ଆସୁଥିବା ବେଳେ ବର୍ଷା ଯୋଗୁଁ ଫସଲ ହାନି ହେବା ଓ ସ୍ଥାନୀୟ ଅଞ୍ଚଳରେ ଆଦୌ ଉତ୍ପାଦନ ନଥିବାରୁ ବର୍ତ୍ତମାନ ବଜାରରେ ଟମାଟୋର ଏମିତି ଦର ବୃଦ୍ଧି ହୋଇଛି । ଆହୁରି 15 ଦିନ ଯାଏଁ ଏଭଳି ସ୍ଥିତି ରହିବ ବୋଲି ସ୍ଥାନୀୟ ବ୍ୟବସାୟୀ ଆକଳନ କରିଛନ୍ତି ।

ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ହୋଲ ସେଲ ମାର୍କେଟରେ ଟମାଟୋ କ୍ବିଣ୍ଟାଲ ପ୍ରତି 11 ହଜାରରୁ 11 500 ଟଙ୍କା ରହିଛି । ଯୋଗାଣ ବିଭାଗ ଅନୁସାରେ ସମ୍ବଲପୁରର ହୋଲ ସେଲ ମାର୍କେଟରେ ବର୍ତ୍ତମାନ ଟମାଟୋ କିଲୋ ପିଛା 110ରୁ 115 ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ରିଟେଲ ମାର୍କେଟରେ ତାହା 120ରୁ 130 ଟଙ୍କା ଧାର୍ଯ୍ୟ ହୋଇଛି । ତେବେ ବଜାରରେ ଅଲଗା ଚିତ୍ର ଦେଖିବାକୁ ମିଳୁଛି । ପରିବହନ ଖର୍ଚ୍ଚ ଯୋଗୁଁ ବ୍ୟବସାୟୀ ବାଧ୍ୟ ହୋଇ ଚଢା ଦରରେ ଟମାଟୋ ବିକ୍ରି କରୁଥିବା କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 17, 2023, 6:33 PM IST

ABOUT THE AUTHOR

...view details