ସମ୍ବଲପୁର: ମହାନଗର ନିଗମ ଅଞ୍ଚଳରେ ରହି ମଧ୍ୟ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା । ସମ୍ବଲପୁର ମହାନଗର ନିଗମ 29 ନମ୍ବର ୱାର୍ଡର ସରଳାକାନି ଅଞ୍ଚଳ ଗାନ୍ଧୀ କଲୋନୀରେ ମୁଣ୍ଡବିନ୍ଧା ପାଲଟିଛି ଶୌଚାଳୟ ସମସ୍ୟା ।
ଏଠାରେ 500 ପରିବାର ରୁହନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଗରିବ ଖଟିଖିଆ ଆଦିବାସୀ ପରିବାର । ହେଲେ ଏଠାକାର ଶୌଚାଳୟ ସମସ୍ୟା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଠାରେ ଥିବା ଏକମାତ୍ର ମହାନଗର ନିଗମ ର ଶୌଚାଳୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା 2014 ରୁ ତିଆରି ହୋଇଛି , ତେବେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିନି । ଏହି ଶୌଚାଳୟ କୁ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।