ଓଡିଶା

odisha

By

Published : Oct 26, 2020, 4:37 PM IST

ETV Bharat / state

ଆଜି ବିଜୟା ଦଶମୀ, କାଳିବାଡି ଦୁର୍ଗାପୂଜାରେ ସିନ୍ଦୁର ଖେଳ ସମ୍ପନ୍ନ

ସମ୍ବଲପୁର କଳିବାଡିରେ ସିନ୍ଦୁର ଖେଳର ପରମ୍ପରା ରହିଛି । ବିଶେଷ କରି ସିନ୍ଦୁର ଖେଳ ବଙ୍ଗାଳୀ ସମ୍ପ୍ରଦାୟର ଏକ ଅନନ୍ୟ ପରମ୍ପରା। ଏହି ଦିନ ବଙ୍ଗାଳୀ ସମ୍ପ୍ରଦାୟର ମହିଳାମାନେ ମା ଦୁର୍ଗାଙ୍କୁ ନିଜର ଝିଅ ଭାବରେ ରୀତିନୀତି ଅନୁସାରେ ବିଦାୟ ଦେବାର ପରମ୍ପରା ପାଳନ କରନ୍ତି।

sindur-khela-ceremony
କାଳିବାଡି ଦୁର୍ଗାପୂଜାରେ ସିନ୍ଦୁର ଖେଳ ସମ୍ପନ୍ନ

ସମ୍ବଲପୁର: ଦଶହରାରେ ମା' ଦୁର୍ଗାଙ୍କ ଦଶମୀ ପୂଜା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏହି ଅବସରରେ ସମ୍ବଲପୁର କଳିବାଡିରେ ସିନ୍ଦୁର ଖେଳର ପରମ୍ପରା ରହିଛି । ଏଥର 102 ବର୍ଷରେ ପଦାର୍ପଣ କରିଥିଲା କଳିବାଡିର ଦୁର୍ଗାପୂଜା। ପ୍ରତ୍ୟେକ ବର୍ଷ ବିଜୟା ଦଶମୀରେ ଏଠାରେ ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ।

ବିଶେଷ କରି ସିନ୍ଦୁର ଖେଳ ବଙ୍ଗାଳୀ ସମ୍ପ୍ରଦାୟର ଏକ ଅନନ୍ୟ ପରମ୍ପରା। ଏହି ଦିନ ବଙ୍ଗାଳୀ ସମ୍ପ୍ରଦାୟର ମହିଳାମାନେ ମା ଦୁର୍ଗାଙ୍କୁ ନିଜର ଝିଅ ଭାବରେ ରୀତିନୀତି ଅନୁସାରେ ବିଦାୟ ଦେବାର ପରମ୍ପରା ପାଳନ କରନ୍ତି। ସମ୍ବଲପୁର କାଳିବାଡିରେ ବଙ୍ଗୀୟ ରୀତିନୀତି ଅନୁସାରେ, ମହାଷଷ୍ଠୀରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗା ପୂଜା ବିଜୟାଦଶମୀରେ ସମାପନ ହୋଇଥାଏ। ବିଜୟା ଦଶମୀ ସକାଳୁ ବଙ୍ଗାଳୀ ସଧବା ନାରୀମାନେ ପୂଜାମଣ୍ଡପକୁ ଆସି ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ମିଠା ଖୁଆଇଥାନ୍ତି।।

କାଳିବାଡି ଦୁର୍ଗାପୂଜାରେ ସିନ୍ଦୁର ଖେଳ ସମ୍ପନ୍ନ

ଏହାପରେ ଆରମ୍ଭ ହୋଇଯାଏ ସିନ୍ଦୁର ଖେଳ। ମାତ୍ର କୋରୋନା ପାଇଁ ଚଳିତଥର ସିନ୍ଦୁରଖେଳରେ ସେତେଟା ଜାକଜମକ ନ ଥିବାବେଳେ ପରମ୍ପରା ବଜାୟ ରଖିଛନ୍ତି ବଙ୍ଗୀୟ ସମ୍ପ୍ରଦାୟର ମହିଳାମାନେ। ଜଣେ ସଧବାନାରୀ ଆଉ ଜଣେ ସଧବା ନାରୀଙ୍କ ସିନ୍ଥିରେ ସିନ୍ଦୁର ଦେଇ ପରସ୍ପରଙ୍କ ସ୍ବାମୀଙ୍କର ଦୀର୍ଘଜୀବନ ପାଇଁ କାମନା କରିଥାନ୍ତି ।

ପାରମ୍ପରିକ ରୀତି ଅନୁଯାୟୀ, କାଳୀ ବାଡ଼ି ଦୁର୍ଗାପୂଜାରେ ମା' ଦୁର୍ଗାଙ୍କୁ କାନ୍ଧରେ ବୋହି ବିସର୍ଜନ କରାଯିବାର ପରମ୍ପରା ରହିଛି । ଏଥର ମାଙ୍କୁ ନଛୁଇଁ ପାରିବାରୁ ମନରେ ଦୁଖଃ ଥିବା ସତ୍ବେ ପ୍ରତୀକାତ୍ମକ ମା'ଙ୍କୁ ଦର୍ଶନ ସହ ସମସ୍ତ ରୀତିନୀତି ପାଳନ କରାଯାଇଛି। ଯେମିତି କି ପାନପତ୍ର ସହ ଗାଲ ଶେକିବା,ସିନ୍ଦୁର ମା'ଙ୍କ ଗାଲରେ ଲଗାଇବା ଭଳି କାର୍ଯ୍ୟ ସାମାଜିକ ଦୂରତା ସହ ମାସ୍କ ଲଗାଇ ସମ୍ପର୍ଣ୍ଣ କରାଯାଇଥିଲା। ତଥାପି ମନରେ ଉତ୍ସାହ ପୂର୍ବ ଭଳି ରହିଥିବା କହିଛନ୍ତି ଶ୍ରଦ୍ଧାଳୁ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details