ସମ୍ବଲପୁର: ଗୁରୁବାର ହେଉଛି ପବିତ୍ର ମହାଳୟା ତିଥି। ଏହି ତିଥିରେ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ତେବେ ଏଥର କୋରୋନା କଟକଣା ଯୋଗୁ ମା'ଙ୍କ ଏହି ବେଶକୁ ଭକ୍ତମାନେ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବାରୁ ବଞ୍ଚିତ ହେବେ। ଏଭଳି ପରିସ୍ଥିତିରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ ଫେସବୁକ ପେଜରେ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ ।
ଗୁରୁବାର ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ, ମାଆଙ୍କ ପାଇଁ ଆସିଲା ବନାରସୀ ପାଟ - ସମଲେଶ୍ୱରୀ
ଗୁରୁବାର ହେଉଛି ପବିତ୍ର ମହାଳୟା ତିଥି। ଏହି ତିଥିରେ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଏଭଳି ପରିସ୍ଥିତିରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ ଫେସବୁକ ପେଜରେ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଅଧିକ ପଢନ୍ତୁ..
ଗୁରୁବାର ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ,ମାଆଙ୍କ ପାଇଁ ଆସିଲା ବନାରଶି ପାଟ
ବର୍ଷ ତମାମ ମା ସିନ୍ଦୂର ରଙ୍ଗରେ ଦର୍ଶନ ଦେଉଥିବାବେଳେ କେବଳ ମହାଳୟା ତିଥିରେ ଧବଳମୁଖୀ ବେଶ ବା ଶୁଭ୍ର ରଙ୍ଗରେ ଦର୍ଶନ ଦିଅନ୍ତି। ମା'ଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।