ଓଡିଶା

odisha

By

Published : Dec 21, 2021, 9:32 AM IST

ETV Bharat / state

ଡ୍ରାଇଭିଂ ଲାଇସେନ୍ସ ନାଁରେ ଲୁଟୁଥିଲେ, ୩ RTO ଦଲାଲ କାବୁ

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଆସୁଥିବା ସରଳ ଲୋକଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ନାଁରେ ଲୁଟୁଥିଲେ ଟଙ୍କା । ପର୍ଦ୍ଦାଫାଶ କଲା ସମ୍ବଲପୁର ଜିଲ୍ଲା ପୋଲିସ । ୩ଜଣ ଆରଟିଓ ଦଲାଲଙ୍କୁ କାବୁ କରିଛି ଜିଲ୍ଲା ଧନୁପାଲି ପୋଲିସ । ଅଧିକ ପଢନ୍ତୁ

ଡ୍ରାଇଭିଂ ଲାଇସେନ୍ସ ନାଁରେ ଲୁଟୁଥିଲେ, ୩ RTO ଦଲାଲ କାବୁ
ଡ୍ରାଇଭିଂ ଲାଇସେନ୍ସ ନାଁରେ ଲୁଟୁଥିଲେ, ୩ RTO ଦଲାଲ କାବୁ

ସମ୍ବଲପୁର: ମନ ଇଚ୍ଛା ସରଳ ଲୋକଙ୍କୁ ଲୁଟୁଥିଲେ ଦଲାଲ । ବିଶ୍ବାସର ଫାଇଦା ଉଠାଉଥିଲେ । ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଆସୁଥିବା ସରଳ ଲୋକଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ନାଁରେ ଲୁଟୁଥିଲେ ଟଙ୍କା । ପର୍ଦ୍ଦାଫାଶ କଲା ସମ୍ବଲପୁର ଜିଲ୍ଲା ପୋଲିସ । ୩ଜଣ ଆରଟିଓ ଦଲାଲଙ୍କୁ କାବୁ କରିଛି ଜିଲ୍ଲା ଧନୁପାଲି ପୋଲିସ ।

ଡ୍ରାଇଭିଂ ଲାଇସେନ୍ସ ନାଁରେ ଲୁଟୁଥିଲେ, ୩ RTO ଦଲାଲ କାବୁ

ସୂଚନାଅନୁସାରେ ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମାତିଥିଲେ ଦଲାଲ । ଆରଟିଓ ଅଫିସକୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଆସୁଥିବା ସରଳ ଲୋକଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ନାଁରେ ଟଙ୍କା ଠକେଇ କରୁଥିବା ଅଭିଯୋଗ ରହିଛି । ଯାହାକୁ ପଣ୍ଡ କରିବା ପାଇଁ ଯୋଜନା କରିଥିଲା ଜିଲ୍ଲା ପୋଲିସ । ଧନୁପାଲି ପୋଲିସ ୩ଜଣ ଆରଟିଓ ଦଲାଲଙ୍କୁ କାବୁ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ।

ଗିରଫ ତିନିଜଣ ହେଲେ ସୁଧୀର କୁମାର ଦାସ (27), ଅମୂଲ୍ୟ କୁମାର ବେହେରା(28),ମାନୁ କୁମାର ବେହେରା (53) । ଏମାନଙ୍କ ବିରୁଦ୍ଧରେ ଗତ 19 ଓ 20 ତାରିଖରେ 3 ଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ ହୋଇଥିଲା। ତାଙ୍କ ଠାରୁ ନଗଦ ଟଙ୍କା କେତୋଟି ଲର୍ଣ୍ଣିଂ ଲାଇସେନ୍ସ ଜବତ ହୋଇଛି ।



ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details