ସମ୍ବଲପୁର: ଜିଲ୍ଲା ବାମରା ଅଞ୍ଚଳର ବନ୍ୟପ୍ରାଣୀ ଅଭୟାରଣ୍ୟରେ ପଶି ଶିକାର କରିଥିବା ଅଭିଯୋଗରେ 3 ଜଣ ଶିକାରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ବନ ବିଭାଗ। ସମ୍ବଲପୁର ଜିଲ୍ଲା, ବାମାରା ଡିଭିଜନର ଖଳାଶୁଣି ରେଞ୍ଜରେ 3 ଜଣ ଶିକାରୀ ପ୍ରବେଶ କରିବା ସମୟରେ ବନ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କିସିଣ୍ଡା ଭୁଲୁକି ଗାଁର ଗୋକୁଳା ସମର୍ଥା, ସୁରେଶ ପ୍ରଧାନ, ତଳୁ ନାୟକ।
ବନ୍ୟଜନ୍ତୁ ଶିକାର ମାମଲାରେ ୩ ଗିରଫ, ବନ୍ଧୁକ ଜବତ - ଶିକାର ଅଭିଯୋଗରେ ଗିରଫ ହେଲେ 3 ଗିରଫ ଅଭିଯୁକ୍ତ
ବନ୍ୟପ୍ରାଣୀ ଅଭୟାରଣ୍ୟରେ ଶିକାର ଅଭିଯୋଗରେ ଗିରଫ ହେଲେ 3 ଗିରଫ ଅଭିଯୁକ୍ତ । ଗିରଫ ପରେ କୋର୍ଟ ଚାଲାଣ ହୋଇଛନ୍ତି ଅଭିଯୁକ୍ତ । ଅଧକ ପଢନ୍ତୁ...
![ବନ୍ୟଜନ୍ତୁ ଶିକାର ମାମଲାରେ ୩ ଗିରଫ, ବନ୍ଧୁକ ଜବତ ବନ୍ୟଜନ୍ତୁ ଶିକାର ମାମଲାରେ ୩ ଗିରଫ, ବନ୍ଧୁକ ଜବତ](https://etvbharatimages.akamaized.net/etvbharat/prod-images/768-512-11323265-281-11323265-1617855570492.jpg)
ବନ୍ୟଜନ୍ତୁ ଶିକାର ମାମଲାରେ ୩ ଗିରଫ, ବନ୍ଧୁକ ଜବତ
ବନ୍ୟଜନ୍ତୁ ଶିକାର ମାମଲାରେ ୩ ଗିରଫ, ବନ୍ଧୁକ ଜବତ
ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗନ ପାଉଡର, ମାରଣାସ୍ତ୍ର, ଟର୍ଚ୍ଚ ଲାଇଟ୍, ଅନେକ ଜିନିଷ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ବନ ବିଭାଗ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ