ଓଡିଶା

odisha

ETV Bharat / state

ସମ୍ବଲପୁରରେ ଯୁବପିଢିଙ୍କୁ ଦିଆଗଲା ଟିକା - ଯୁବପିଢିଙ୍କ ଟୀକାକରଣ ଆରମ୍ଭ

ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ । ଟିକା ନେଉଛନ୍ତି ଯୁବପିଢି । ଅଧିକ ପଢନ୍ତୁ...

ସମ୍ବଲପୁରରେ ଯୁବପିଡିଙ୍କ ଟୀକାକରଣ ଆରମ୍ଭ
ସମ୍ବଲପୁରରେ ଯୁବପିଡିଙ୍କ ଟୀକାକରଣ ଆରମ୍ଭ

By

Published : May 12, 2021, 1:12 PM IST

ସମ୍ବଲପୁର: ଜିଲ୍ଲାରେରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଛି । 18 ରୁ 44 ବୟସ୍କ ଲୋକଙ୍କ ପାଇଁ ଏହି କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 5ଟି ମହାନଗର ନିଗମ ଅଞ୍ଚଳରେ ଏହି ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ମହାନଗର ନିଗମର 17 ଟୀକାକରଣ କେନ୍ଦ୍ରର ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି।

ସମ୍ବଲପୁରରେ ଯୁବପିଡିଙ୍କ ଟୀକାକରଣ ଆରମ୍ଭ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ 3ଟି କେନ୍ଦ୍ର, ବୁର୍ଲା ଭୀମସାର ଅଧୀନରେ 2ଟି କେନ୍ଦ୍ର ରହିଥିବା ବେଳେ ସେହିପରି କ୍ଷେତରାଜପୁର ଅର୍ବାନ ପିଏଚସି, ଯେ ପି ଏମ ଅର୍ବାନ ପିଏଚସି , ଚାଆଁରପୁର ଅର୍ବାନ ପିଏଚସି, ମାନେଶ୍ବର ଅର୍ବାନ ପିଏଚସି, ଧନୁପାଲି ଅର୍ବାନ ପିଏଚସି, ହୀରାକୁଦ ଅର୍ବନ ପିଏଚସି, ଅଇଁଠା ପାଲି ଅର୍ବାନ ପିଏଚସି, ଧନକଉଡ ଅର୍ବାନ ପିଏଚସିରେ ଗୋଟିଏ ଲେଖାଏଁ ଟୀକାକରଣ କେନ୍ଦ୍ର କରାଯାଇଛି।

ଏହାସହ ସହରର 4ଟି ପ୍ରମୁଖ ସ୍କୁଲରେ ମଧ୍ୟ ଟୀକାକରଣର କେନ୍ଦ୍ର କରାଯାଇଛି । ଟୀକାକରଣ ପାଇଁ ଯୁବପିଢି ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଅନଲାଇନ ପଞ୍ଜିକରଣ କରିବା ସହ ସ୍ପଟ୍ ବୁକ କରିଥିବା କହିଛନ୍ତି। ପ୍ରତି କେନ୍ଦ୍ରକୁ 100 ଡୋଜ ଲେଖାଏଁ ଟୀକାକରଣର ଅନୁମତି ରହିଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ସବୁ ଟୀକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅନ୍ୟପଟେ 45ରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କ ଦ୍ଵିତୀୟ ଡୋଜ ଟୀକାକରଣ ମଧ୍ୟ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ 1 ଲକ୍ଷ 14 ହଜାର 376 ଜଣ 45ବର୍ଷରୁ ଅଧିକ ବୟସ୍କ ଲୋକ ଟିକା ନେଇ ସାରିଥିବା ବେଳେ ସେଥିରୁ 23469 ଜଣ ଦ୍ଵିତୀୟ ଡୋଜ ନେଇ ସାରିଛନ୍ତି । ଆଗକୁ କୋଭିସିଲ୍ଡ ଟିକାର ଉପଲବ୍ଧତା ଉପରେ ଟୀକାକରଣର ହାର ବଢିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details