ଓଡିଶା

odisha

ETV Bharat / state

ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ - locust latest news

ପଙ୍ଗପାଳ ଦଳର ସମ୍ବଲପୁର ଜିଲ୍ଲା ଆଗମନର ଆଶଙ୍କାରେ ସମ୍ବଲପୁର ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି । ଅଧିକ ପଢ଼ନ୍ତୁ...

ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ
ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ

By

Published : Jun 2, 2020, 3:26 PM IST

Updated : Jun 2, 2020, 4:30 PM IST

ସମ୍ବଲପୁର: ଦେଶର ପଶ୍ଚିମ ଭାଗରୁ ଆସୁଥିବା ପଙ୍ଗପାଳ କୀଟ ଦଳ ଏବେ ଛତିଶଗଡ ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି । ଏହି ପଙ୍ଗପାଳ ଦଳର ସମ୍ବଲପୁର ଜିଲ୍ଲା ଆଗମନର ଆଶଙ୍କାରେ ସମ୍ବଲପୁର ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି । ଏଥିପାଇଁ ଜିଲ୍ଲାରେ ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

ପଙ୍ଗପାଳ ମୁକାବିଲା ପାଇଁ ମଙ୍ଗଳବାର ସମ୍ବଲପୁର ଜିଲ୍ଲାରେ 2ଟି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କ ନେତୃତ୍ବରେ କୀଟନାଶକ ଡିଲର ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଏହି ବୈଠକରେ ପଙ୍ଗପାଳ ଦେଖିବାକୁ କେମିତି ତଥା ଏହାର ଗତିବିଧି ନେଇ ସଚେତନତା କରାଯାଇଛି । ଏହା ସହ କେଉଁ କୀଟନାଶକ ଔଷଧରେ ଏହାକୁ ମାରିହେବ ସେ ନେଇ ଡିଲର ମାନଙ୍କୁ ଅବଗତ କରାଯାଇଛି । ମୁଖ୍ୟତଃ ଏହି କୀଟକୁ ମାରିବାକୁ 11 ପ୍ରକାରର କୀଟନାଶକ ଔଷଧ ନିଜ ପାଖରେ ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ କୁହାଯାଇଛି ।

ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ

ଏହାସହ ନିଜ ଅଞ୍ଚଳର ଚାଷୀଙ୍କୁ ସେହି କିଟନାଶକ ଯୋଗାଇବାକୁ ଜିଲ୍ଲା କୃଷି ବିଭାଗ କହିଛି । ପଙ୍ଗପାଳ ଆଗମନର ମୁକାବିଲା ପାଇଁ ଜିଲ୍ଲାରେ ତ୍ରିସ୍ତରୀୟ କମିଟି ଗଠନ ହୋଇଛି । ମୁଖ୍ୟତଃ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କମିଟି ଗଠନ ହୋଇଛି । ଏଥିରେ କୃଷି ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଏହି ବିଭାଗୀୟ ଅଧିକାରୀଙ୍କ ସହ ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳ ଏକ ବୈଠକରେ ଆଲୋଚନା କରି ପଙ୍ଗପାଳ ଆଗମନର ମୁକାବିଲା ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ତେବେ ପବନର ଦିଗ ଅନୁସାରେ ନିଜର ଗନ୍ତବ୍ୟ ସ୍ଥଳ ସ୍ଥିର କରୁଥିବା ଏହି ପଙ୍ଗପାଳ ଦଳ ସମ୍ବଲପୁର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଶଙ୍କା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 2, 2020, 4:30 PM IST

ABOUT THE AUTHOR

...view details