ସମ୍ବଲପୁର: ରେଙ୍ଗାଲି ରେଳ ଷ୍ଟେସନରେ ଧାନବାଦ ଏଲଏପି ଟ୍ରେନ ରହଣି ନେଇ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ରୋକ ଆନ୍ଦୋଳନ ଚାଲିଥିବା ବେଳେ ଶେଷରେ ରେଳବାଇ ପୋଲିସ ଓ ପୋଲିସ ବିଭାଗ ବଳପୂର୍ବକ ଭାବେ ଆନ୍ଦୋଳନକାରୀଙ୍କୁ ଉଠାଯାଇଛି ।
ରେଙ୍ଗାଲି ରେଳରୋକ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ହଟାଇଲା ପୋଲିସ - ରେଙ୍ଗାଲି ରେଳରୋକ ଆନ୍ଦୋଳନ
ରେଙ୍ଗାଲି ରେଳ ଷ୍ଟେସନରେ ଧାନବାଦ ଏଲଏପି ଟ୍ରେନ ରହଣି ନେଇ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ରୋକ ଆନ୍ଦୋଳନ ଚାଲିଥିବା ବେଳେ ରେଳବାଇ ପୋଲିସ ଓ ପୋଲିସ ବିଭାଗ ବଳପୂର୍ବକ ଭାବେ ଆନ୍ଦୋଳନକାରୀଙ୍କୁ ଉଠାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
ରେଙ୍ଗାଲି ରେଳରୋକୋ ଆନ୍ଦୋଳନ, ଆନ୍ଦୋଳନ କାରୀ ଙ୍କୁ ବଳପୂର୍ବକ ହଟାଇଲା ପୋଲିସ
ଏହି ରେଳରୋକ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ରେଙ୍ଗାଲି ବିଧାୟକ ନାଉରି ନାଏକ ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ମଧ୍ୟ ପୋଲିସ ଆନ୍ଦୋଳନ ସ୍ଥଳରୁ ହଟାଇଛି। ଆଜି(ଶୁକ୍ରବାର) ସକାଳୁ ରେଳ ରୋକ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଆନ୍ଦୋଳନକାରୀଙ୍କୁ ହଟାଇଲା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ବିଳମ୍ବ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ