ସମ୍ବଲପୁର : ଜିଲ୍ଲାର ବାମରା ବନଖଣ୍ଡ ବଡରମା ରେଞ୍ଜ ବଞ୍ଜାରି ନିକଟରେ ଏକ ୨୩ ଟିକିଆ ହାତୀପଲ ରାସ୍ତା ପାରି ହେଉଥିବାବେଳେ ମାଈ ହାତୀକୁ ଧକ୍କା ଦେଲା ପିକଅପ ଭ୍ୟାନ । ହାତୀର ଗୋଡରେ ଆଘାତ ହୋଇଥିବାବେଳେ, ହାତୀର ଚିକିତ୍ସା ପାଇଁ ରାଉରକେଲା ଓ ବାରିପଦାରୁ ବିଶେଷଜ୍ଞ ଡାକ୍ତର ଆସିଥିବା ବାମରା ଡିଏଫଓ ସୂଚନା ଦେଇଛନ୍ତି ।
ରାସ୍ତା ପାରବେଳେ ହାତୀକୁ ଧକ୍କା ଦେଲା ପିକଅପ ଭ୍ୟାନ, ଚିକିତ୍ସା ପାଇଁ ପହଞ୍ଚିଲା ଡାକ୍ତରୀ ଟିମ - ରାସ୍ତା ପାର ବେଳେ ହାତୀକୁ ଧକ୍କା ଦେଲା ପିକଅପ ଭ୍ୟାନ
ପିକଅପ ଭ୍ୟାନ୍ ଧକ୍କାରେ ମାଈ ହାତୀ ଆହତ । ଚିକିତ୍ସା ପାଇଁ ପହଞ୍ଚିଲା ଡାକ୍ତରୀ ଟିମ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଞ୍ଜ, ବନଜାରି ରେଞ୍ଜ ଅଞ୍ଚଳରେ । ଅଧିକ ପଢନ୍ତୁ
ରାସ୍ତା ପାର ବେଳେ ହାତୀକୁ ଧକ୍କା ଦେଲା ପିକଅପ ଭ୍ୟାନ, ଚିକିତ୍ସା ପାଇଁ ପହଞ୍ଚିଲା ଡାକ୍ତରୀ ଟିମ
ରାସ୍ତା ପାର ବେଳେ ହାତୀକୁ ଧକ୍କା ଦେଲା ପିକଅପ ଭ୍ୟାନ, ଚିକିତ୍ସା ପାଇଁ ପହଞ୍ଚିଲା ଡାକ୍ତରୀ ଟିମ
ଧକ୍କା ଦେଇଥିବା ପିକଅପ ଜବତ କରାଯାଇଥିବାବେଳେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେନେଇ ଡ୍ରାଇଭରକୁ ପଚରାଉଚରା କରାଯାଉଛି । ହାତୀ ପଲ ବର୍ତ୍ତମାନ ଗୁଜାପଥର ଅଞ୍ଚଳରେ ରହିଥିବାବେଳେ ଆହତ ହାତୀଟି ଚଲାବୁଲା କରୁଥିବା ଏବଂ ତାଙ୍କ ଉପରେ ବନ କର୍ମଚାରୀ ନଜର ରଖିଥିବା ଡିଏଫଓ କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର