ଓଡିଶା

odisha

ETV Bharat / state

ଲକଡାଉନ ପରେ ବି ସମ୍ବଲପୁରରେ ଥମୁନି ବାଇକ ଆରୋହୀଙ୍କ ସଂଖ୍ୟା

କୋରୋନା ଭୂତାଣୁର ଭୟବହତାକୁ ରୋକିବା ପାଇଁ ସରକାର ସାରା ଦେଶକୁ 21ଦିନ ପାଇଁ ଲକଡାଉନ ଘୋଷଣା କରିଥିବା ବେଳେ ସମ୍ବଲପୁର ସହରରେ କମିବାରର ନାଁ ନେଉନାହିଁ ବାଇକ ଆରୋହୀଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

The number of bike riders in Sambalpur has not decreased after the lockdown
ଲକଡାଉନ ପରେ ବି ସମ୍ବଲପୁରରେ ଥମୁନି ବାଇକ ଆରୋହୀଙ୍କ ସଂଖ୍ୟା

By

Published : Mar 26, 2020, 5:51 PM IST

ସମ୍ବଲପୁର: ମହାମାରୀ କୋରୋନା ଭୂତାଣୁର ଭୟବହତାକୁ ରୋକିବା ପାଇଁ ସରକାର ସାରା ଦେଶକୁ 21ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକଡାଉନ ଗାଇ଼ଲାଇନ ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବଳ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ସମ୍ବଲପୁର ସହରରେ ଲକଡାଉନକୁ ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ସହରକୁ ଆସୁଥିବା ବାଇକ ଅରୋହୀଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ ।

ଲକଡାଉନ ପରେ ବି ସମ୍ବଲପୁରରେ ଥମୁନି ବାଇକ ଆରୋହୀଙ୍କ ସଂଖ୍ୟା

ଏ ଦୃଶ୍ୟ ହେଉଛି ସମ୍ବଲପୁର ସହରର ଏକ ପ୍ରମୁଖ ଛକ କୁହାଯାଉଥିବା ଜେଲ ଛକ । ଛକଟି ସମ୍ବଲପୁର ସହରର ଏକ ମୁଖ୍ୟ ଏଣ୍ଟ୍ରି ପଏଣ୍ଟରେ ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ପୋଲିସ ପ୍ରଶାସନ ତରଫରୁ ଜୋରସୋରରେ ଚେକିଂ ଚାଲିଛି । ଲୋକଙ୍କୁ ତାଗିଦ କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ହେଲେ ସ୍ଥିତି ଯଥା ପୂର୍ବମ୍‌ ତଥା ପରମଂ । ଲୋକେ ସମୟର ସମ୍ବେଦନଶୀଳତାକୁ ବୁଝି ନପାରିବା ଭଳି ବହୁ ସଂଖ୍ୟକ ବାଇକ ଆରୋହୀ ସହରକୁ ଆସୁଛନ୍ତି ଏବଂ ବିଭିନ୍ନ ବାହାନା କରି ପୋଲିସ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି ।

ତେବେ ପୂର୍ବାପେକ୍ଷା ବାଇକ ଅରୋହୀଙ୍କ ସଂଖ୍ୟାରେ ହ୍ରାସ ପାଇଥିଲେ ମଧ୍ୟ ଯେତେକି ପରିମାଣର ଏମିତି ପରିସ୍ଥିତିରେ କମିବା କଥା ତାହା ହେଉନଥିବା ପ୍ରଶାସନ ଓ ସଚେତନ ନାଗରିକଙ୍କୁ ଚିନ୍ତାରେ ପକାଇଛି । ଏହା ସହ କେତେକ ସ୍ଥାନରେ ଆଳୁ ଓ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର କଳା ବଜାରୀର ଅଭିଯୋଗ ମଧ୍ୟ ଆସିଲାଣି । ତେଣୁ ଜିଲ୍ଲା ପ୍ରଶାସନକୁ ଏନେଇ ତତ୍ପର ହେବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details