ସମ୍ବଲପୁର: ଏଣିକି ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ନିଆଁ ଲଗାଉଥିବା ଅବସ୍ଥାରେ ଧାରା ପଡିଲେ ହେବ ଗିରଫଦାରୀ ଓ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ଦିଆଯିବ 5,000 ଟଙ୍କାର ପୁରସ୍କାର ରାଶି। ରାଜ୍ୟରେ ଦେଖାଦେଇଥିବା ନିଆଁ ଜଙ୍ଗଲ ସମସ୍ୟା ପରେ ଏପରି କିଛି ପଦକ୍ଷେପ ଗ୍ରହଣ କରିଛି ସମ୍ବଲପୁର ଜିଲ୍ଲା ବନ ବିଭାଗ ।
ବର୍ତ୍ତମାନର ତଥ୍ୟ ଆଧାରରେ ଜିଲ୍ଲାରେ ବିଭିନ୍ନ ଜଙ୍ଗଲର ପ୍ରାୟ 115 ରୁ ଉର୍ଦ୍ଧ୍ବ ସ୍ଥାନରେ ନିଆଁ ଲାଗିଥିବା ସୂଚନା ରହିଛି । କେତେକ ସ୍ଥାନରେ ନିଆଁକୁ ଖୁବ କମ ସମୟରେ ଆୟତ୍ତ କରାଯାଇ ପାରୁଛି ତ ବହୁତ ସ୍ଥାନରେ ନିଆଁ ଆୟତ୍ତ ପାଇଁ ଚେଷ୍ଟା ଅଦ୍ୟାବଧି ଜାରି ରହିଥିବା ସୂଚନା ଦେଇଛନ୍ତି ସମ୍ବଲପୁର DFO ଡକ୍ଟର ସଞ୍ଜିତ କୁମାର ।