ଓଡିଶା

odisha

By

Published : Jan 4, 2021, 7:56 PM IST

ETV Bharat / state

ଲକଡାଉନ ପରଠୁ ଘାଇଲା ଘରୋଇ ବସସେବା, ମାଲିକ ସର୍ବଶ୍ବାନ୍ତ !

କୋରୋନା ଅନଲକ ପରେ ବି ଆଗଭଳି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି ବସ ସେବା । ଦୁରଦୂରାନ୍ତକୁ ବସ ଗଡୁଛି, ମାତ୍ର ଆୟ ହେଉନି । ଆୟ ଠାରୁ ବଳି ଯାଉଛି ବ୍ୟାଙ୍କ ଋଣ କିସ୍ତି । ଏପଟେ ବସ ଆଉ ଆଗଭଳି ଚାଲୁ ନଥିବାରୁ ବସ ମାଲିକଙ୍କ ଅବସ୍ଥା ଖରାପ । ଅଧିକ ପଢନ୍ତୁ...

ଲକଡାଉନ ପରଠୁ ଘାଇଲା ଘରୋଇ ବସସେବା
ଲକଡାଉନ ପରଠୁ ଘାଇଲା ଘରୋଇ ବସସେବା

ସମ୍ବଲପୁର: ଚଳିତବର୍ଷ ଲକଡାଉନ ପ୍ରଭାବ ସବୁ କ୍ଷେତ୍ରରେ ପଡିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଘରୋଇ ବସ ଚଳାଚଳ ସେବା । ମୁଖ୍ୟତଃ ଆମ ରାଜ୍ୟରେ 6 ମାସ କାଳ କୋରୋନା ଜନିତ ଲକଡାଉନରେ ବସ ମାଲିକଙ୍କ ଦୁର୍ଦ୍ଦଶା ଏମିତି ହେଲା ଯେ, କିଛି ନିଜର ବସ ବିକ୍ରି କରିଦେଲେ ତ ଅଉ କିଛି ନିଜର ବସ ବ୍ୟବସାୟ ହିଁ ବନ୍ଦ କରି ଏବେ ବେକାର ଅଛନ୍ତି।

ଲକଡାଉନ ପରଠୁ ଘାଇଲା ଘରୋଇ ବସସେବା

ସମ୍ବଲପୁର ଘରୋଇ ବସ ସଙ୍ଘ ଅଧୀନରେ ରହିଛି 200 ବସ । ତେବେ ସମ୍ବଲପୁର ସହର ଦେଇ ପ୍ରତ୍ୟେକ ଦିନ 325 ଖଣ୍ଡ ବସ ରାଜ୍ୟର ସବୁ ଜିଲ୍ଲାକୁ ଚଳାଚଳ କରିଥାଏ। ଦୈନିକ 300 କିମି ଯାତାୟାତ କରୁଥିବା ଏକ ବସ ପାଇଁ କିଲୋମିଟର ପିଛା 25 ରୁ 30 ଟଙ୍କା ଖର୍ଚ୍ଚ ହୋଇଥାଏ।

ଏହିଭଳି ଭାବରେ ଗୋଟିଏ ବସରେ ଦୈନିକ 7,500 ରୁ 9 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହିଭଳି ଭାବେ ଗୋଟିଏ ବସ ପିଛା ମାସକରେ ପାଖାପାଖି 2ଲକ୍ଷ 70 ହଜାର ବ୍ୟୟ ହୋଇଥାଏ। ଏଭଳି ସ୍ଥିତିରେରେ ବ୍ୟାଙ୍କ କିସ୍ତି, ରୋଡ଼ ଟ୍ୟାକ୍ସ, ଇନସୁରାନ୍ସ ଖର୍ଚ୍ଚ ସହ ବସ କର୍ମଚାରୀଙ୍କ ଖର୍ଚ୍ଚ ବହନ କରିବା ଏହି ଲକଡାଉନରେ ଭାରି କଷ୍ଟସାଧ୍ୟ ହେଉଥିଲା ।

ଏପଟେ ସମ୍ବଲପୁର ଜିଲ୍ଲାର 70 ପ୍ରତିଶତ ବସ ବ୍ୟାଙ୍କ ଋଣରେ ଚାଲୁଥିବାରୁ ଏହି ଲକଡାଉନରେ ବହୁ ବସ ମାଲିକ ଏହି ବ୍ୟବସାୟ ହିଁ ଛାଡି ଦେଇଛନ୍ତି ତ ଅନେକ ବସ ମାଲିକ ନିଜର ବସ ବିକ୍ରି କରି ଜୀବନଜୀବିକା ପାଇଁ ଅନ୍ୟ ପନ୍ଥାକୁ ବାଛି ନେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details