ଓଡିଶା

odisha

ETV Bharat / state

ବନ୍ଦ ହେଲା ହୀରାକୁଦ ଡ୍ୟାମର 3 ଗେଟ - sambalpur latest news

ସୋମବାର ଦିନ 10ଟା ସୁଦ୍ଧା ପର୍ଯ୍ୟାୟ କ୍ରମରେ 3ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ମୋଟ 12ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି ।

ହୀରାକୁଦ ଡ୍ୟାମର ବନ୍ଦ ହେଲା 3ଟି ଗେଟ
ହୀରାକୁଦ ଡ୍ୟାମର ବନ୍ଦ ହେଲା 3ଟି ଗେଟ

By

Published : Jun 29, 2020, 12:04 PM IST

ସମ୍ବଲପୁର: ଗତ କିଛି ଦିନ ହେଲା ହୀରାକୁଦର 15ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ସୋମବାର ଦିନ 10ଟା ସୁଦ୍ଧା ପର୍ଯ୍ୟାୟ କ୍ରମରେ 3ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ମୋଟ 12ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି ।

ହୀରାକୁଦ ଡ୍ୟାମର ବନ୍ଦ ହେଲା 3ଟି ଗେଟ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 608.56 ଫୁଟ ରହିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 66,594 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 2 ଲକ୍ଷ 10 ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ପରିସ୍ଥିତି ଦେଖି ବନ୍ଦ ପରିଚାଳନା କରାଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details