ସମ୍ବଲପୁର: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦେବ ବିବାହ ପାଇଁ ସମ୍ପନ୍ନ ହୋଇଛି ଆଦ୍ୟପର୍ବ ଥାଳ ଉଠା l ଅକ୍ଷୟ ତୃତୀୟା ତିଥିରେ ଯେ କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ କରାଯାଏ l ତେଣୁ ପ୍ରତ୍ୟେକ ବର୍ଷ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ତିଥିରେ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା ସମ୍ପନ୍ନ ହୋଇଥାଏ l ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୁଦିପଡ଼ା, ବଡବଜାର, ଠାକୁରପଡା, କୁମ୍ଭାରପଡା, ବାଲିବନ୍ଧା, ସାଖିପଡ଼ା, ବୁଢାରଜା ଆଦି ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଥାଳ ଉଠା ସମ୍ପନ୍ନ ହୋଇଛି l
ପାରମ୍ପରିକ ପୂଜାର୍ଚ୍ଚନା ଓ ରୀତିନୀତି ପରେ ନନ୍ଦପଡାର "ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା "ଲୋକନାଥ ବାବା", ମୁଦିପଡାର" ଜାଗେଶ୍ୱର ବାବା", ବଡ଼ବାଜାରର "ଶୀତଳେଶ୍ୱର ବାବା" ଦୁର୍ଗାପାଲିର "ଗୁଡ଼େଶ୍ୱର ବାବାଙ୍କ " ଥାଳ ଉଠା ସମ୍ପନ୍ନ ହୋଇଛି l ଅକ୍ଷୟ ତୃତୀୟା ଦିନ ସକାଳ ସମୟରେ ରୀତିନୀତି ସହ ମହାଦେବଙ୍କ ପୂଜାର୍ଚ୍ଚନା ଓ ଜଳାଭିଶେଷକ ହୋଇଥିଲା । ସନ୍ଧ୍ୟା ସମୟରେ ଥାଳ ଉଠା ପରମ୍ପରା ସମ୍ପନ୍ନ ହେଲା l ଘଣ୍ଟଘଣ୍ଟା ଶଙ୍ଖ ଓ ମନ୍ତ୍ରଚାରଣ ମଧ୍ୟରେ ମାତା ପାର୍ବତୀଙ୍କ ପାଇଁ ପିତାମାତା ଚୟନ ହୋଇଛନ୍ତି l ଏନେଇ ନନ୍ଦପଡା ଯାତ୍ରା କମିଟିର ମୁଖ୍ୟ ପୂଜକ କହିଛନ୍ତି, "ଅକ୍ଷୟ ତୃତୀୟାରେ ଶୀତଳ ଷଷ୍ଠୀର ଥାଳ ଉଠା ନୀତିର ଅନେକ ବିଶେଷତ୍ବ ରହିଛି । ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ କରାଯାଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବା ପରେ ଶୀତଳ ଷଷ୍ଠୀର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।"
ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ନନ୍ଦପଡା ଯାତ୍ରା କମିଟିରେ ଜଗନ୍ନାଥ କଲୋନୀର ରାଜେନ୍ଦ୍ର ନନ୍ଦ ଓ ସୁଲୋଚନା ନନ୍ଦ କନ୍ୟା ପିତାମାତା ହୋଇଥିବା ବେଳେ ଝାଡୁଆପଡା ଯାତ୍ରା କମିଟିର କନ୍ୟା ପିତାମାତା ଭାବେ ଡ଼ ଗିରିଶ ଚନ୍ଦ୍ର ବେହେରା ଓ ଡ଼ ରେଣୁକା ସାହୁ ଚୟନ ହୋଇଛନ୍ତି l ଠିକ ସେହିପରି ମୁଦିପଡା ଯାତ୍ରା କମିଟିର ଏସ. ମନୋଜ କୁମାର ଓ ଏସ ନର୍ମଦା କନ୍ୟା ପିତାମାତା ଭାବେ ଚୟନ ହୋଇଛନ୍ତି l
କଣ ଏହି ଥାଳ ଉଠା ପରମ୍ପରା?